ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଏ ବର୍ଷ ଖୋଲିବନି ସ୍କୁଲ !

ଭୁବନେଶ୍ୱର ( ୦୬/୧୧ , ପିପିଏଲ୍ ନ୍ୟୁଜ୍ ) : ନୂଆ ବର୍ଷ ଯାଏଁ ସ୍କୁଲ ଛୁଟି, କୋଭିଡ୍‌ର ଦ୍ଵିତୀୟ ଲହରରେ ଆଶଙ୍କାରେ ନିଷ୍ପତ୍ତି ବଦଳାଇଲେ ସରକାର ।କରୋନା ମହାମାରୀର ଦ୍ଵିତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ବର୍ଷ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ ସ୍କୁଲ ଖୋଲିବାର ତିନି ଦିନ ଭିତରେ ଆନ୍ଧ୍ର ପ୍ରଦେଶରେ ୨୬୧ ଛାତ୍ର-ଛାତ୍ରୀ କରୋନା ସଂକ୍ରମିତ ହେବାରୁ ଓଡିଶା ସରକାର ନିଷ୍ପତ୍ତି ବଦଳାଇଥିଲେ। ହେଲେ କରୋନା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ସ୍କୁଲ ଆଉ ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ପରେ ଛାତ୍ରଛାତ୍ରୀ ଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି , ନୂଆ ଗାଇଡ୍ ଲାଇନ୍ ଆସିବ । ଏହାପରେ ନିଆଯିବ ନିଷ୍ପତ୍ତି । ଡିସେମ୍ବରରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ସ୍କୁଲ ଖୋଲିବା ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିପାରେ, ଏ ଆଶଙ୍କା ରହିଛି। ତେଣୁ ଚଳିତ ବର୍ଷ ଡିସେମ୍ବର ୩୧ ଯାଏ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *