ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ

ଉତ୍ତରାଖଣ୍ଡ ( ୨୨/୦୧, ପିପିଏଲ୍ ନ୍ୟୁଜ୍ ) : ଆମେ ସମସ୍ତେ ତ ନିଶ୍ଚୟ ‘ନାୟକ’ ଚଳଚ୍ଚିତ୍ର ଦେଖିଥିବେ ସେଥିରେ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେବାର ସିନ୍ ବି ଦେଖିଥିବେ , ଯାହାକି ରିଲ୍ ଲାଇଫ୍ | ତେବେ ଏହା ବାସ୍ତବରେ ମଧ୍ୟ ସମ୍ଭବ ହୋଇପାରେ ଆଉ ହେବାକୁ ହିଁ ଯାଉଛି | ଜାନୁଆରୀ ୨୪ ରେ ବାଳିକା ଦିବସ ଅବସରରେ ହରିଦ୍ୱାରର ସୃଷ୍ଟି ଗୋସ୍ବାମୀ ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡ ର ମୁଖ୍ୟମନ୍ତ୍ରୀ ହେବେ। ଏହାକୁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାୱତ ଅନୁମୋଦନ କରିଛନ୍ତି। ସିଏମ୍ ଭାବରେ ସୃଷ୍ଟି, ଉତ୍ତରାଖଣ୍ଡରେ କରାଯାଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିବେ। ବିଭାଗର ଅଧିକାରୀମାନେ ଯୋଜନା ଉପରେ ପାଞ୍ଚ ମିନିଟ ଲେଖାଏଁ ଉପସ୍ଥାପନା କରିବେ।ଏହି କାର୍ଯ୍ୟକ୍ରମରେ ଅଧିକାରୀମାନେ ଉପସ୍ଥିତ ରହିବେ କି ନାହିଁ ନିଶ୍ଚିତ କରିବାକୁ ଉତ୍ତରପ୍ରଦେଶ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ଆୟୋଗର ଅଧ୍ୟକ୍ଷ ଉଷା ନେଗି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ବିଧାନସଭା ଭବନରେ ଦିନ ୧୨ ରୁ ୩ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନେଗି କହିଛନ୍ତି ଯେ ଆୟୋଗ ଏକ ଶିଶୁ ସଭା ଗଠନ କରିଛି ।

ରିପୋର୍ଟ – ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *