କନ୍ଧମାଳ(୨୨/୦୭,ପିପିଏଲ୍ ନ୍ୟୁଜ୍ ) : ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ କନ୍ଧମାଳ ଜିଲ୍ଲା ର ସମସ୍ତ ବ୍ୟାଙ୍କ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି । ଏହି କିଛି ଦିନ ମଧ୍ୟ ରେ କିଛି ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କନ୍ଧମାଳ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ସପ୍ତାହେ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହୁଥିବାରୁ ସାଧାରଣ ଲୋକେ ଯେପରି ହଇରାଣ ନ ହୁଅନ୍ତି, ସେଥି ପାଇଁ ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ସେ ସୂଚନା ଦେଇଛନ୍ତି ଯେ, କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବ୍ୟାଙ୍କଗୁଡ଼ିକୁ ବନ୍ଦ କରାଯାଇଛି। ଏହାସହ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ଗୋଟିଏ ସପ୍ତାହ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସପ୍ତାହେ ବ୍ୟାଙ୍କ ବନ୍ଦ ରହିଲେ ଏହି ସମୟ ମଧ୍ୟରେ ବାଙ୍କ ଗୁଡ଼ିକ ସାନିଟାଇଜ୍ କରାଯିବ । ଅନ୍ୟପଟେ ବ୍ୟାଙ୍କ ଖୋଲିଲେ ଅଧା କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା
