ଘୋଷଣା ହେଲା ଉପନିର୍ବାଚନ ତାରିଖ

ଭୁବନେଶ୍ୱର(୨୯/୦୯,ପିପି ଏଲ୍ ନ୍ୟୁଜ୍) : ୩ ରେ ହେବ ଦୁଇ ଆସନ ପାଇଁ ନିର୍ବାଚନ। ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ। ତିର୍ତ୍ତୋଲ୍ ରୁ ବିଷ୍ଣୁ ଦାସ ଓ ବାଲେଶ୍ୱର ମଦନ ମୋହନ ଦତ୍ତ ଙ୍କ ବିୟୋଗ ପରେ ଖାଲି ପଡ଼ିଛି ଦୁଇଟି ପଦ। ତେବେ ଆଜି ବାଲେଶ୍ୱର ଓ ତିର୍ତ୍ତୋଲ୍ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଚଳିତ ନଭେମ୍ବର ୩ ତାରିଖ ଦିନ ହେବ ନିର୍ବାଚନ ଓ ନଭେମ୍ବର ୧୦ ତାରିଖ ରେ ଭୋଟ ଗଣତି। ଅକ୍ଟୋବର ୯ ରେ ଦୁଇ ଦଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୬ ରେ ନାମାଙ୍କନ ଦାଖଲ ର ଶେଷ ତାରିଖ। ଅକ୍ଟୋବର ୧୭ ରେ ହେବ ଯାଞ୍ଚ ,୧୯ ରେ ପାର୍ଥୀ ପତ୍ର ପ୍ରତ୍ୟାହାର। ତେବେ ଦେଖିବାକୁ ବାକି ରହିଲା ଦୁଇ ଆସନ ର ତିନି ଦଳ ଭିତରେ ୩ ତାରିଖ ରେ କିପରି ହେବ ଲଢେଇ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *