ଚଣ୍ଡିଖୋଲ ରେ ସଫଳ ହେଲା ଭାରତ ବନ୍ଦ

ଯାଜପୁର(୦୮/୧୨,ପିପିଏଲ୍ ନ୍ୟୁଜ୍) : କୃଷି ବିଲ ପ୍ରତ୍ୟାହାର ଦାବି ରେ ସଫଳ ପ୍ରାୟ ଭାରତ ବନ୍ଦ। ସରକାରଙ୍କ ନୂତନ କୃଷି ବିଲରେ ଚାଷୀଙ୍କୁ ଶୋଷଣ କରି ପୁଞ୍ଜିପତିଙ୍କୁ ସହଯୋଗ କରାଯାଉଛି । ଆଇନରେ ପରିବର୍ତ୍ତନ କରି ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପେଟ ପାଟଣାକୁ ନଷ୍ଟ କରାଯାଇଛି । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ର ଚାଷୀ ମାନଙ୍କର ରଣ ହୁଙ୍କର ରେ ପର୍କମ୍ପିତ ହୋଇଉଠୁଥିଲା ଚଣ୍ଡିଖୋଲ ଛକ। ବଡ଼ଚଣା କଂଗ୍ରେସ ଓ ଭୀମ ଆର୍ମି ସଂଗଠନ ତରଫରୁ ଏହି କୃଷି ଆଇନ୍ କୁ ବିରୋଧ କରାଯାଇଥିଲା । ଯାହାର ଫଳ ସ୍ୱରୂପ ଚଣ୍ଡିଖୋଲ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ଥିଲା ଓ ୧୬ ନମ୍ବର ଜାତୀୟ ରାଜପଥ ଠପ୍ ହୋଇଯାଇଥିଲା। ଆଇନ୍ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ବଡ଼ଚଣା ଥାନା ଅଧିକାରୀ ପ୍ରୀୟବର୍ତ ରାଉତ ୨ ସେକ୍ସନ ର ପୋଲିସ ମାନଙ୍କୁ ମୁତୟନ କରିଥିଲେ।
ରିପୋର୍ଟ – ତୁଷାର ରଞ୍ଜନ ସାହୁ

Leave a Reply

Your email address will not be published. Required fields are marked *