ଚଳିତ ବର୍ଷର ଶେଷ ମନ୍ କି ବାତ୍ ଶୁଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ( ୨୭ /୧୨,ପିପିଏଲ୍ ନ୍ୟୁଜ୍ ) :ଆଜି ଏ ବର୍ଷର ଶେଷ ତଥା ‘ମନ୍‌ କୀ ବାତ୍‌’ର ୭୨ତମ ସଂସ୍କରଣରେ କରୋନାଭାଇରସ୍‌ ବିରୋଧୀ ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ସହ ନବବର୍ଷର ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଆରମ୍ଭ କରିଥିଲେ। ସେ କହିଲେ, ଆପଣମାନଙ୍କ ଠାରୁ କେତେଗୁଡ଼ିଏ ଚିଠି ପାଇଛି। ସେଥିରୁ ପ୍ରଧାନମନ୍ତ୍ରୀ ପଢ଼ି ଶୁଣାଇଥିବା ଗୋଟିଏ ଚିଠିରେ ଉଲ୍ଲେଖ ଥିଲା, ଚାଲନ୍ତୁ, ୨୦୨୧ ନିମନ୍ତେ ଆମ ଦେଶକୁ ଅଭିନନ୍ଦନ ଓ ଶୁଭକାମନା ଜଣାଇବା। ଏହା ହିଁ ୨୦୨୧ ପାଇଁ ଜଣଙ୍କର ସବୁଠୁ ବଡ଼ ଶୁଭକାମନା।ପ୍ରଧାନମନ୍ତ୍ରୀ କହିଲେ ଯେ, ବର୍ଷଟିଏ ମଧ୍ୟରେ ଦେଶବାସୀଙ୍କ ମନୋଭାବରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଏହି ପରିବର୍ତ୍ତନକୁ ଅର୍ଥନୀତିଜ୍ଞମାନେ ମଧ୍ୟ କଳନା କରିବାକୁ ସମର୍ଥ ହେବେନାହିଁ। ଭାରତ ନିର୍ମିତ ସାମଗ୍ରୀ ପାଇଁ ଦେଶବାସୀଙ୍କର ଚାହିଦା ବଢ଼ିବା ଆରମ୍ଭ ହେଲାଣି ବୋଲି ଖେଳନା ଶିଳ୍ପ ଅଭିଯାନରୁ ଜଣାପଡ଼ିଲାଣି। ବର୍ଷକ ମଧ୍ୟରେ ଏହା ଗୋଟାଏ ବଡ଼ ପରିବର୍ତ୍ତନ ନୁହେଁ କି?ଆମର ଉତ୍ପାଦ ସବୁ ବିଶ୍ୱର ସର୍ବତ୍ତୋମ ଶ୍ରେଣୀୟ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନିର୍ମାତା ଏବଂ ଶିଳ୍ପ ନେତାମାନଙ୍କୁ କହିଛନ୍ତି। ‘ଜିରୋ ଇଫେକ୍ଟ୍‌, ଜିରୋ ଡିଫେକ୍ଟ୍‌’ ନୈତିକତା ଆଧାରରେ କାମ କରିବାର ସୁଯୋଗ ଆସିଛି ବୋଲି ସେ ମତ ଦେଇଛନ୍ତି।ଆଜି ପ୍ରତି ଘରେ ‘ଲୋକାଲ୍‌ ଫର୍‌ ଭୋକାଲ୍‌’ର ଚାହିଦା ରହିଛି। ତେଣୁ ନିର୍ମାତାମାନେ ଉତ୍ପାଦନ କରୁଥିବା ସାମଗ୍ରୀର ମାନରେ କୌଣସି ପ୍ରକାରର ସାଲିସ କରିବା ଅନୁଚିତ। ଏହି ପ୍ରତିବଦ୍ଧତା ସହ ସେମାନେ ଅଗ୍ରସର ହେବା ଆବଶ୍ୟକ।

ରିପୋର୍ଟ -ରାଜେଶ୍ଵରୀ ନାୟକ

Leave a Reply

Your email address will not be published. Required fields are marked *