ଚାଷୀ ଙ୍କ କ୍ଷତି ପୁରଣ ଲାଗି ଗଢ଼ାହେଲା ପାଟପୁର ସଚେତନ ସଂଗ୍ରାମୀ ମଞ୍ଚ

ଯାଜପୁର(୧୭/୧୨,ପିପିଏଲ୍ ନ୍ୟୁଜ୍)- ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ରେ ମନୁଷ୍ୟ କୃତ ଘାଇ ହେବା ନେଇ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି !ହେଲେ ସରକାରଙ୍କ ପ୍ରତିଶୃତି ପରେ ମଧ୍ୟ ଚାଷୀ ମାନଙ୍କୁ ଆଜି ପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ରାଶି ନ ମିଳିବା ନେଇ ବିଜେଡି ନେତା ସତୀଶ ବିଶ୍ୱାଳ ଆନ୍ଦୋଳନ ଡାକରା ଦେଈଥିଲେ ।ସୋମବାର ଧର୍ମଶାଳା ର ପାଟପୁର ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇ ପାଟପୁର ସଚେତନ ସଂଗ୍ରାମୀ ମଂଚ ଗଠିତ ହୋଇଛି ।ଗରୀବ କଲ୍ୟାଣ, ଉନୟନ କାର୍ଯ୍ୟ ରେ ସ୍ୱଛତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ହେବା ନିମନ୍ତେ ଏ ମଞ୍ଚ ଗଢ଼ା ହେଇଚି।ଏଥିରେ ସତୀଶ ବିଶ୍ୱାଳ ଯୋଗଦେଇ କହିଥିଲେ ଯେ, ଗରୀବ କଲ୍ୟାଣ ଏବଂ ଭ୍ରଷ୍ଟାଚାର ମୁକ୍ତ ବ୍ୟବସ୍ଥା ପାଇଁ ନବୀନ ପଟ୍ଟନାୟକ ସରକାର ଭାରତ ବର୍ଷରେ ଉଦାହରଣ ।ହେଲେ ଜନପ୍ରତିନିଧି ଙ୍କ ଦୁର୍ନୀତି ଖୋର ମନୋଭାବ ପାଇଁ ଏଠାରେ ମୁଖ୍ୟମନ୍ତ୍ରୀ ଙ୍କ ଲକ୍ଷ ର ସଫଳ ରୂପାୟନ ହୋଇପାରୁନାହିଁ !ମୋ ସ୍ବପ୍ନ ର ଲାଙ୍ଗୁଡି ଧର୍ମଶାଳା ର ଗୌରବ ହୋଇଥିବାବେଳେ ଏହି ପାହାଡ଼ରୁ ମୋରମ ଲୁଟ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ।ସେହିପରି ଏଠାରେ କୋତପୁର ଘାଇ ପାଇଁ ସର୍ବସ୍ୱାନ୍ତ ହୋଇ ପଡ଼ିଥିବା ଚାଷୀଙ୍କୁ ଅଦ୍ୟାବଧି କ୍ଷତି ପୂରଣ ନ ମିଳିବା ନେଇ 24ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ।ଆବଶ୍ୟକ ହେଲେ ଏଥିନେଇ ଜନ ଆନ୍ଦୋଳନ କରାଯିବ ବୋଲି ସତୀଶ ଚେତାବନୀ ଦେଇଛନ୍ତି ।
ରିପୋର୍ଟ-ଗୌତମ ସାହୁ

Leave a Reply

Your email address will not be published. Required fields are marked *