ଚିନ୍ତା ବଢାଇଲେଣି ପ୍ରବାସୀ !


ଭୁବନେଶ୍ୱର (୧୦/୦୪,ପିପିଏଲ ନ୍ୟୁଜ) : ଚିନ୍ତା ବଢାଇଲେଣି ପ୍ରବାସୀ । ଟିଏମସି ଖୋଲିବାକୁ ରାଜ୍ୟ ସରକାରଙ୍କ ସଜବାଜ । ଫେରନ୍ତା ଓଡ଼ିଆ ପ୍ରବାସୀଙ୍କୁ ନେଇ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା । କିଛି ସ୍ଥାନରେ ପ୍ରବାସୀ ଓଡ଼ିଆ ଆସୁଛନ୍ତି । ସେମାନଙ୍କୁ ଟେଷ୍ଟିଂ କରାଯାଉଛି । ଆଗକୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ଗାଇଡ଼ ଲାଇନ ପ୍ରସ୍ତୁତ କରିବାକୁ ବିଚାର କରାଯାଉଛି । ସେହିପରି ଅସ୍ଥାୟୀ ମେଡିକାଲ କେନ୍ଦ୍ରକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଅଧିକ ସଂକ୍ରମଣ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା କରାଯିବ । ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି । ଅନ୍ୟପଟେ ବର୍ଡର ଚେକିଂ ପଏଣ୍ଟରେ ଜୋରସୋରରେ ଚେକିଂ ହେଉଛି । ଯେଉଁମାନେ ନେଗେଟିଭ ରିପୋର୍ଟ ଦେଖାଉଛନ୍ତି ସେମାନଙ୍କୁ କେବଳ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉଛି । ଯେଉଁମାନେ ରିପୋର୍ଟ ନେଇ ଆସୁନାହାନ୍ତି ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଉଛି ।

ରିପୋର୍ଟ – ରାଜେଶ୍ୱରୀ

Leave a Reply

Your email address will not be published. Required fields are marked *