ଚିହ୍ନଟ ହେଲେ ପୁଣି ୨୨୯ ପଜିଟିଭ।ରାଜ୍ୟ ରେ ଆଉ ୨ ମୁଣ୍ଡ ନେଲା କରୋନା।

ଭୁବନେଶ୍ୱର (୦୨/୦୭, ପିପିଏଲ୍ ନ୍ୟୁଜ୍) : ଦିନକୁ ଦିନ ମହାମାରୀ କୋରନା ତାର କାୟା ବିସ୍ତାର କରିବାରେ ଲାଗିଛି। ଆଜି ରାଜ୍ୟରେ ପୁଣି ନୂଆ ୨୨୯ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୨୨୯ ଜଣ କୋରନା ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ କୁ ବୃଦ୍ଧି ହୋଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩ ଜଣ କ୍ୱରେଣ୍ଟାଇନ ସେଣ୍ଟର ରୁ ଏବଂ ୩୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତାହା ସହିତ ୨ଜଣ ଙ୍କ ମୁଣ୍ଡ ନେଇଛି କରୋନା।ମୃତକ ଦୁଇ ଜଣ ଗଞ୍ଜାମ ଓ ଅନୁଗୁଳ ଜିଲ୍ଲା ର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷ ରୁ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ରୁ ୨୪ ଜଣ, ଯାଜପୁର ୨୨ ଜଣ, ଖୋର୍ଦ୍ଧାରୁ ୨୧ ଜଣ, ସୁନ୍ଦରଗଡ଼ ରୁ ୧୭ ଜଣ, କଟକରୁ ୧୨ ଜଣ, ଝାରସୁଗୁଡ଼ା ରୁ ୧୦ ଜଣ, ବଲାଙ୍ଗୀର ରୁ ୭ ଜଣ, ନୟାଗଡ଼ ରୁ ୫ ଜଣ, ପୁରୀ ରୁ ୪ ଜଣ, ବୌଦ୍ଧ ୩ ଜଣ, ମୟୂରଭଞ୍ଜ ରୁ ୨ ଜଣ, ଅନୁଗୁଳ, ବରଗଡ଼, ଦେଓଗଡ, ଗଜପତି, ଜଗତସିଂହପୁର, କେନ୍ଦୁଝର ଏବଂ କୋରାପୁଟ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୭୫୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୫୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବଂ ୨୧୫୭ ଜଣ ଆକ୍ରାନ୍ତ ବର୍ତମାନ ସୁଦ୍ଧା ବିଭିନ୍ନ କୋଭିଡ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି ଏବଂ ୨୭ ଜଣଙ୍କର ମୃତ୍ୟୁ ଘଟିଛି।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *