ଛାତ୍ରଛାତ୍ରୀଙ୍କ ଧାରଣା ପରେ ବଦଳିଲା ନିଷ୍ପତ୍ତି !


ଭୁବନେଶ୍ୱର (୦୯ / ୦୪,ପିପିଏଲ ନ୍ୟୁଜ) : ପୂରଣ ହେଲା ଛାତ୍ରଛାତ୍ରୀଙ୍କ ଦାବି । ବର୍ତ୍ତମାନ ପାଇଁ ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ । ତେବେ ପରବର୍ତ୍ତୀ କାଳରେ ବିଶ୍ୱବିଦ୍ୟାଳୟର କରୋନା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ଏଥିସହ କରୋନା ଗାଇଡଲାଇନ୍ ମାନି ରହିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କହିଛନ୍ତି । କରୋନା କାଳରେ ରାଜଧାନୀର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନର ହଷ୍ଟେଲ ଖାଲି କରିବାକୁ ବିଏମସି ନିର୍ଦ୍ଦେଶନାମା ଜାରି କରିଥିଲା । ଯାହାକୁ ବାଣୀ ବିହାରର ଛାତ୍ରଛାତ୍ରୀମାନେ ଘୋର ବିରୋଧ କରିଥିଲେ । ଆଜି ଏହାକୁ ନେଇ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇବା ସହିତ ଧାରଣାରେ ବସିଥିଲେ । କରୋନା ଆଳରେ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛନ୍ତି ବୋଲି ଛାତ୍ରଛାତ୍ରୀମାନେ କହିଥିଲେ ।

ରିପୋର୍ଟ -ରାଜେଶ୍ଵରୀ

Leave a Reply

Your email address will not be published. Required fields are marked *