ଜାତିସଂଘ ମହାସଚିବ ପଦ ପାଇଁ ପ୍ରାର୍ଥୀ ହେବେ ଭାରତୀୟ ମହିଳା

ନୂଆଦିଲ୍ଲୀ ( ୧୪ /୦୨, ପିପିଏଲ୍ ନ୍ୟୁଜ୍) :ଭାରତୀୟ ବଂଶୋଦ୍ଭବ ଆକାଂକ୍ଷା ଆରୋରା ଜାତିସଂଘର ମହାସଚିବ ପଦ ପାଇଁ ପ୍ରାର୍ଥୀପତ୍ର ଘୋଷଣା କରିଛନ୍ତି । ଜାତିସଂଘର ରାଷ୍ଟ୍ରବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ରେ ଆକାଂକ୍ଷା ଏବେ କୋଅର୍ଡିନେଟର ଭାବେ କାମ କରୁଛନ୍ତି । ଜାତିସଂଘରେ ବର୍ତ୍ତମାନ ମହାସଚିବ ଥିବା ଆଣ୍ଟୋନିଓ ଗୁଟେରେସ୍ ଙ୍କ ବିପକ୍ଷରେ ସେ ତାଙ୍କର ପ୍ରାର୍ଥିତ୍ୱ ଘୋଷଣା କରିବାରେ ଆକାଂକ୍ଷା ହେଉଛନ୍ତି ପ୍ରଥମ ମହିଳା । ପ୍ରାର୍ଥୀତ୍ୱ ଘୋଷଣା ପରେ ସେ ନିଜ ପାଇଁ ପ୍ରଚାର ବି ଆରମ୍ଭ କରିଦେଇଛନ୍ତି । ବିଗତ ୭୫ ବର୍ଷ ମଧ୍ୟରେ ଜାତିସଂଘରେ କୌଣସି ମହିଳା ମହାସଚିବ ହୋଇ ନାହାନ୍ତି । ବର୍ତ୍ତମାନ ଜାତିସଂଘରେ ମହାସଚିବ ଥିବା ଆଣ୍ଟୋନିଓ ଗୁଟେରେସ୍ ଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବର ମାସ ୩୧ ତାରିଖରେ ଶେଷ ହେବାକୁ ଯାଉଛି । ହେଲେ ସେ ଆଗାମୀ ୫ ବର୍ଷ ପୁଣି ଏହି ପଦବୀରେ ରହିବାକୁ ଆଶା ପ୍ରକାଶ କରିଛନ୍ତି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *