ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ର ପ୍ଳାଟିନମ ଜୁବୁଲି ପ୍ରତିଷ୍ଠା ଦିବସ

କଟକ (୨୩ /୦୪,ପିପିଏଲ୍ ନ୍ୟୁଜ୍ ) : ରାଷ୍ଟ୍ରର ସେବାରେ ୭୫ ବର୍ଷର ଗୌରବମୟ ଯାତ୍ରାର ଚିହ୍ନଟ ସ୍ୱରୂପ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ,କଟକ ତାର ପ୍ଳାଟିନମ ଜୁବୁଲି ପ୍ରତିଷ୍ଠା ଦିବସ ୨୩ ଏପ୍ରିଲ ୨୦୨୧ ରେ ଭରଚୁଆଲ ମାଧ୍ୟମ ରେ ପାଳନ କରିଛି | ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ମାନନୀୟ ଶ୍ରୀ କୈଳାଶ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |ଏହି ଅବସରରେ ‘ପ୍ଳାଟିନମ ଜୁବୁଲି ସ୍ୱତନ୍ତ୍ର ପୋଷ୍ଟାଲ ଲଫାପା ଓ ଡାକ ଟିକଟ’ ଏବଂ ଅନୁଷ୍ଠାନର ୪୦ ରୁ ଅଧିକ ବିଭିନ୍ନ ପ୍ରକାଶନ ଉନ୍ମୋଚନ କରାଯାଇଇଥିଲା |

ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥିଙ୍କ ଦ୍ୱାରା ଓଡିଶା,ପଶ୍ଚିମବଙ୍ଗ,ଆସାମ,ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ରୁ ୩୨ ଜଣ ଅଗ୍ରଣୀ କୃଷକ ଓ କୃଷିଜୀବୀ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା | ଡଃ ଅଖୀଳେଶ କୁମାର ତ୍ୟାଗୀ ‘Analysis Of Rice Gene Function During Development ‘ ଶୀର୍ଷକ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ |ଏହି ଅବସରରେ ଅନ୍ୟ ମୁଖ୍ୟ ବକ୍ତା ଡଃ ଏ.କେ ସିଂ( ନିର୍ଦ୍ଦେଶକ IARI ,ନୂଆଦିଲ୍ଲୀ ), ଡଃ ହିମାଂଶୁ ପାଠକ (ନିର୍ଦ୍ଦେଶକ ,NIASM , ବରାମତି),ଡଃ ପି.ଚକ୍ରବର୍ତ୍ତୀ (ସଦସ୍ୟ ,ASRB),ଡଃ ପି. ଚନ୍ଦ୍ରଶେଖରଇ(ମହାନିର୍ଦ୍ଦେଶକ,ଚାଷ ଆଧାରିତ ବ୍ୟବସାୟୀକରଣ ୟୁପିଏ) ନିଜର ମତ ରଖିଥିଲେ |

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *