ଜିଲ୍ଲାପାଳ ଙ୍କ ବେଲଗୁଣ୍ଠା ଗସ୍ତ !

ବେଲଗୁଣ୍ଠା ( ୦୯/୧୦, ପିପିଏଲ୍ ନ୍ୟୁଜ୍) : ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବେଲଗୁଣ୍ଠା ଗସ୍ତ କରି ସ୍ଵଚ୍ଛତା ପରଖିବା ସହ କୋଭିଡ ନିୟମ ମାନିବା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ତଦାରଖ କରିଥିଲେ I ପ୍ରଥମେ ବେଲଗୁଣ୍ଠା ଏନ୍ଏସିର ବିଭିନ୍ନ ବ୍ୟବସାୟୀଙ୍କ ନିକଟକୁ ଯାଇ ଦୋକାନର ପାଞ୍ଚ ମିଟର ପରୀଧୀ ମଧ୍ୟକୁ ନିଜେ ସଫା ରଖିବା, ଦୋକାନ ଆଗରେ ଡଷ୍ଟବିନ୍ ରଖିବା ଓ ସାମାଜିକ ଦୁରତ୍ଵ ରକ୍ଷା କରି ବ୍ୟବସାୟ କରିବାକୁ ଦୋକାନୀ ମାନଙ୍କୁ ପରାମର୍ଶ ଦେଇଥିଲେ I ନୁଆ କୋକୋଲୁଣ୍ଡା ସ୍ଥିତ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର୍ କୁ ଯାଇ ସେଠାରେ ଆଉ ଦଶ ଦିନ ମଧ୍ୟରେ ଖତ ବାହାର କରାଯାଇ ଚାଷୀଙ୍କୁ ଦେବାର ଥିବାରୁ ଏହାର ମାନ ଯାଞ୍ଚ କରିଥିଲେ I ଏହା ସହ ହର୍ଟିକଲ୍ଚର ବିଭାଗ ଦ୍ଵାରା ଉଢୁରା ଠାରେ ଥିବା ବାଦାମ୍ ପ୍ଲାଣ୍ଟେସନ୍ କୁ ବୁଲି ଦେଖିଥିଲେ I ଏହା ସହ ପଞ୍ଚାୟତରେ ମନେରଗା କାର୍ଯ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ I ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ତହସିଲଦାର ସରୋଜ କୁମାର ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ବ୍ଲକ୍ ସହକାରୀ ଯନ୍ତ୍ରୀ ଗିରିଧାରୀ ବେହେରାଙ୍କ ସମେତ ଆରଆଇ ,କନିଷ୍ଠ ଯନ୍ତ୍ରୀ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ I

ରିପୋର୍ଟ୍ – ରାଜେଶ କୁମାର ପାତ୍ର

Leave a Reply

Your email address will not be published. Required fields are marked *