ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ

ମାଲକାନଗିରି ( ୨୦/୧୨,ପିପିଏଲ୍ ନ୍ୟୁଜ୍ ) : ମାଲକାନଗିରି କୋର୍ଟ ପରିସର ଠାରେ ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇବା ପରିପ୍ରେକ୍ଷୀରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଶପଥପାଠ ଉତ୍ସବରେ ବରିଷ୍ଠ ଓକିଲ ଗୋବିନ୍ଦ ପାତ୍ର ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥ ଭାବେ ବିଜୟ କୁମାର ମହାନ୍ତି ଏବଂ ବଳରାମ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ନବ ନିର୍ବାଚିତ ସଭାପତି ଦୁର୍ଗା ତ୍ରିପାଠୀ , ଉପ ସଭାପତି ହୃଷିକେଶ ପଣ୍ଡା , ସଂପାଦକ ଲମ୍ବୋଦର ତୁରୁକଙ୍କୁ ବରିଷ୍ଠ ଓକିଲ ବଳରାମ ପାଣିଗ୍ରାହୀ ଶପଥ ପାଠ କରାଇଥିଲେ । ଓକିଲ ସଂଘର ନୂତନ ସଭାପତି ଦୁର୍ଗା ତ୍ରିପାଠୀ କହିଲେ ଯେ ପ୍ରଥମେ ଆମକୁ ସଂସ୍କାର ଆଣିବାକୁ ପଡିବ। ଆଇଏଏସ ସ୍ବରରେ ଏବଂ ରାଜନୈତିକ ସ୍ବରରେ ଯେଉଁ ଭଳି ସଂସ୍କାର ଅଣାଯାଉଛି , ସେହି ପରି ମାଲକାନଗିରି ବାର ଆସୋସିଏସନରେ ମଧ୍ୟ ସଂସ୍କାରର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଅନେକ କାମ କରିବାକୁ ବାକି ରହିଛି , ଯେତେ କଠୋର ହେଲେ ମଧ୍ୟ ସେ ଯେଉଁ ପରି ମନରେ ପରିକଳ୍ପିତ କରିଛନ୍ତି , ସେହିପରି କରିବା ପାଇଁ ପ୍ରୟାସ ଜାରି ରହିବ , କେବଳ ଆପଣମାନେ ସହଯୋଗ କରିବାକୁ ସେ ବକ୍ୟରେ ଅନୁରୋଧ କରିଥିଲେ । ଆପଣମାନଙ୍କ ପୂର୍ଣ୍ଣ ସମର୍ଥନରୁ ସେ ବିଜୟ ଲାଭ କରିଥିବାରୁ ସମସ୍ତ ଓକିଲ ବନ୍ଧୁମାନଙ୍କୁ କୃତଜ୍ଞତାଜ୍ଞାପନ କରିଥିଲେ। ଦୁର୍ଗା ତ୍ରିପାଠୀ ଜୟପୁର ବିକ୍ରମଦେବ କଲେଜରେ ଅଧ୍ୟୟନ କରୁଥିବା ସମୟରେ ମଧ୍ୟ ଛାତ୍ରମାନଙ୍କ ସଭାପତି ଥିଲେ । ଅନ୍ୟ ପକ୍ଷରେ ସେ ଜଣେ ସମାଜସେବୀ ଭାବେ ମଧ୍ୟ ମାଲକାନଗିରି ଜିଲ୍ଲାରେ ତାଙ୍କର ସୁକ୍ଷାତି ରହିଛି । ଲମ୍ବୋଦର ତୁରୁକ ମାଲକାନଗିରି ଓକିଲ ସଂଘ ଦ୍ବାର ଲଗାତର ୫ମ ଥର ସଂପାଦକ ଭାବେ ଜୟଯୁକ୍ତ ହୋଇଛନ୍ତି ।ଓକିଲ ସଂଘ ମଧ୍ୟରେ ତାଙ୍କର ଜନପ୍ରିୟତା ବଜାୟ ରହିଛି ! ବରିଷ୍ଠ ଓକିଲ ବିଜୟ ମହାନ୍ତି କହିଲେ ଯେ ଓକିଲମାନଙ୍କର ଜ୍ଞାନ ବର୍ଜନ ଲାଗି ବାରରେ ପାଠାଗାରର ଆବଶ୍ୟକ ରହିଛି । ଏଣୁ ନବ ନିର୍ବାଚିତ ସଭାପତି ଏଥ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ରିପୋର୍ଟ – ମାନିକ ବାଛାଡ

Leave a Reply

Your email address will not be published. Required fields are marked *