ଭୁବନେଶ୍ୱର(୨୫/୦୮,ପିପିଏଲ୍ ନ୍ୟୁଜ୍) : ପ୍ରଧାନମନ୍ତ୍ରୀଙ୍କ “ହାଉସିଂ ଫର ଅଲ୍” ଯୋଜନାରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ରାଜ୍ୟ ସରକାର ଏହି ଜନକଲ୍ୟାଣ ଯୋଜନାକୁ ଭ୍ରଷ୍ଟାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡ଼ଯନ୍ତ୍ର ଅପଣାଇଛନ୍ତି। ବିଶେଷକରି ଆଦିବାସୀ ବହୁଳ ଓଡ଼ିଶା ରାଜ୍ୟରେ ଆଦିବାସୀଙ୍କ ପାଇଁ ମୋଦି ସରକାର ଅନେକ ଜନକଲ୍ୟାଣକାରୀ କାର୍ଯ୍ୟ କରିଥିଲେ ବି ସେମାନେ ସମସ୍ତ ପ୍ରକାର ସୁବିଧାରୁ ବଞ୍ଚିତ ରହିଛନ୍ତି। ଗତ କିଛି ଦିନ ଧରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପିଠାଗୋଲା ପଞ୍ଚାୟତ ଖରବା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗରିବ ଆଦିବାସୀ ଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ସତ୍ୟବ୍ରତ ପଣ୍ଡା ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ, ଶ୍ରୀ ଠାକୁର ରଞ୍ଜିତ ଦାସ ଏବଂ ପୂର୍ବତନ ବିଧାୟକ ଧନଞ୍ଜୟ ସିନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ – ତପନ କୁମାର ସୂତାର