ଝାଡଗ୍ରାମ ରାଲିରେ ମମତା ବାନାର୍ଜୀଙ୍କ ବଡ ଘୋଷଣା !

ଭୁବନେଶ୍ୱର (୧୭/ ୦୩ ,ପିପିଏଲ୍ ନ୍ୟୁଜ୍ ) : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ କ୍ଷମତା ଲଢେଇ ଜାରି ରହିଛି । ବିଜେପି ହେଉ କି ଟିଏମସି ସବୁ ରାଜନୈତିକ ଦଳମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ବଡ ବଡ ପ୍ରତିଶୃତି ଦେବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ଝାଡଗ୍ରାମରେ ଏକ ବିରାଟ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାଜ୍ୟସରକାରଙ୍କ ତରଫରୁ ରାଜ୍ୟର ପ୍ରତି ଲୋକଙ୍କୁ ମାଗଣାରେ କରୋନା ଟିକା ପ୍ରଦାନ କରାଯିବ ।ମମତା ଏହା କହିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ବିହାର ନିର୍ବାଚନ ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ କି ସେମାନଙ୍କ ଦଳ ବିହାରରେ କ୍ଷମତାକୁ ଆସିଲେ ମାଗଣା ଟିକା ଉପଲବ୍ଧ କରାଇବେ । ହେଲେ ତାହା ସେ କଲେ ନାହିଁ ।

ରିପୋର୍ଟ -ଅଭିଜିତ

Leave a Reply

Your email address will not be published. Required fields are marked *