ଟଙ୍କା ଉଠାଣ କୁ ନେଇ ପୁଣି ବଦଳିଲା ବ୍ୟାଙ୍କ ନିୟମ । ଜାଣନ୍ତୁ କଣ ଏହି ନୂଆ ନିୟମ….?

ଭୁବନେଶ୍ୱର(୧୮/୦୮,ପିପିଏଲ୍ ନ୍ୟୁଜ୍ ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୁଲାଇ ୧ ତାରିଖରୁ ଏଟିଏମରୁ ଟଙ୍କା ଉଠାଣ ନିୟମ କୁ ନେଇ ପରିବର୍ତ୍ତନ କରିଛି । ଯଦି କୌଣସି ଗ୍ରାହକ ଏସବିଆଇର ଏହି ନିୟମକୁ ନ ମାନନ୍ତି ତେବେ ଏଥିପାଇଁ ଭରିବାକୁ ପଡିପାରେ ମୋଟା ଅଙ୍କ ର ଜୋରିମାନା। ଏନେଇ ଏସବିଆଇର ଆଧିକାରୀକ ୱେବସାଇଟ sbi.co.inରେ ସୂଚନା ମଧ୍ୟ ଦିଆଯାଇଛି । ତେବେ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଏସବିଆଇ ମେଟ୍ରୋ ସହରର ସେଭିଂ ଆକାଉଂଟ ହୋଲଡର୍ସଙ୍କୁ ଏଟିଏମରୁ ମାସକରେ ୮ ଥର ମାଗଣା ଦେଣନେଣ କରିବାର ଅନୁମତି ଦେଇରଖିଥାଏ ଏବଂ ଏହି ଫ୍ରି ଟ୍ରାଂଜାକସନର ଲିମିଟ୍ ପାର କଲେ ଗ୍ରାହକଙ୍କ ଉପରେ ପ୍ରତିଟି ଦେଣନେଣ ବାବଦକୁ ଚାର୍ଜ ଲାଗିଥାଏ । ଅର୍ଥାତ୍ ଏସବିଆଇ ଗୋଟିଏ ମାସରେ ସେଭିଂ ଆକାଉଂଟ ଧାରକଙ୍କୁ କେବଳ ୮ ଥର ଫ୍ରି ଟ୍ରାନଜାକସନ ପାଇଁ ଅନୁମିତ ଦେଇଥାଏ । ଯେଉଁଥିରେ ୫ ଥର ଏସବିଆଇ ଏଟିଏମ୍ ହୋଇଥିବା ବେଳେ ବାକି ୩ ଥର ଅନ୍ୟ କୌଣସି ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଣ ସାମିଲ ରହିଛି । ସେହିଭଳି ଭାବେ ଅଣ ମେଟ୍ରୋ ସହରମାନଙ୍କରେ ଗୋଟିଏ ମାସ ରେ ଏଟିଏମରୁ ସର୍ବାଧିକ ୧୦ ଥର ମାଗଣା ଟ୍ରାନଜାକସନ କରିପାରିବେ ଗ୍ରାହକ । ଏଥିରେ ୫ ଥର ଏସବିଆଇ ଏଟିଏମ ଏବଂ ବାକି ୫ ଥର ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠି ପାରିବ । ତେବେ ଯଦି ଗ୍ରାହକଙ୍କ ଖାତାରେ ଅଧିକ ବାଲାନ୍ସ ନଥିବା କାରଣରୁ ଟ୍ରାନଜାକନ ଫେଲ ହୋଇଯାଏ ତେବେ ଏସବିଆଇ ଖାତାଧାରକଙ୍କଠାରୁ ଶୁଳ୍କ ବାବଦକୁ ୨୦ଟଙ୍କା ସହିତ ଜିଏସଟି ମଧ୍ୟ ଆଦାୟ କରାଯିବ ବୋଲି କୁହାଯାଇଛି।
ଏହା ସହ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୁଚନା ରେ ଓଟିପି ନଦେଲେ ଉଠିବନି ଟଙ୍କା ବୋଲି ମଧ୍ୟ କୁହାଯାଇଛି । ଏଟିଏମରୁ ୧୦ ହଜାରରୁ ଅଧିକ ନକଦ ଟଙ୍କା ଉଠାଣକୁ ନେଇ ବି ନିୟମରେ ପରିବର୍ତ୍ତନ କରାଯାଇଛି । ଏଣିକି ଯଦି ଆପଣ ଏସବିଆଇ ଏଟିଏମରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଉଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଓଟିପିର ଆବଶ୍ୟକତା ପଡିବ । ତେବେ ଏହି ନୂଆ ସୁବିଧା ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଲାଗୁ ହୋଇସାରିଛି । ବ୍ୟାଙ୍କର ଏହି ସୁବିଧା ଅନୁସାରେ ଖାତାଧାରକଙ୍କୁ ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଏସବିଆଇ ଏଟିଏମରୁ କ୍ୟାସ ଉଠାଇବା ପାଇଁ ଓଟିପି ଆବଶ୍ୟକତା ପଡିବ । ତେବେ ବ୍ୟାଙ୍କର ଏହି ସୁବିଧା କେବଳ ଏସବିଆଇ ଏଟିଏମରୁ ମିଳିବ । ଯଦି ଆପଣ ଅନ୍ୟ କୌଣସି ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଉଛନ୍ତି ତେବେ ପୂର୍ବ ଭଳି ଆପଣ ଆରାମରେ ଟଙ୍କା ଉଠାଇପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାରର ଓଟିପିର ଦରକାର ପଡିବ ନାହିଁ ।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *