ଟିକାନିର୍ମାତା କମ୍ପାନୀମାନଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(୨୦ /୦୪,ପିପିଏଲ୍ ନ୍ୟୁଜ୍ ) : ଆଜି ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବେ । ଟିକା ଉତ୍ପାଦନକାରୀଙ୍କ ସହିତ ଏହି ବୈଠକ ଅନୁଷ୍ଠିତ ହେବ । ଟିକାକରଣର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ।ମେ’ ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ଲୋକେ କୋଭିଡ ଟିକା ନେଇପାରିବେ । ମୋଦିଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତି ସମ୍ପର୍କରେ ଘୋଷଣା କରାଯାଇଛି । ମୋଦି କହିଛନ୍ତି, ଅଧିକରୁ ଅଧିକ ଲୋକଙ୍କୁ କରୋନା ଟିକା ଦେବାକୁ ଉଦ୍ୟମ କରାଯାଉଛି । ଟିକାକରଣ ଗତିକୁ ଆହୁରି ବଢାଯିବ । ୧୮ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯିବା ନେଇ ଖୁବଶୀଘ୍ର ଏକ ପ୍ରୋଟକଲ ଜାରି କରାଯି ।ଦେଶରେ ବର୍ତମାନ କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । କିଛିଦିନ ତଳେ ଋଷର ଟିକା ‘ସ୍ପୁଟନିକ-ଭି’କୁ ମଧ୍ୟ ଅନୁମତି ଦେଇଛନ୍ତି ଭାରତ ସରକାର ।ଗତ ବର୍ଷ ତୁଳନାରେ କରୋନା ଭାଇରସ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *