ଟିକ୍ ଟକ୍ ପରେ ଏବେ ବଢୁଛି ଏହି ଆପ ର ଲୋକପ୍ରିୟତା।ବ୍ୟବହାର ହେଉଛି ଓଡ଼ିଆ ……

ଭୁବନେଶ୍ୱର (୩୦/୦୬,ପିପିଏଲ୍ ନ୍ୟୁଜ୍) : ଗତ କାଲି ରାତି ରୁ କେନ୍ଦ୍ର ସରକାର ଙ୍କ ଦ୍ୱାରା ୫୩ଟି ଚାଇନିଜ୍ ଆପ ରେ ଟିକ୍ ଟକ୍ ବ୍ୟାନ୍ ହେବା ପରେ ବଢୁଛି ଚିଙ୍ଗାରି ଆପ ର ଲୋକପ୍ରିୟତା।ବହୁ ସଂଖ୍ୟାରେ ଲୋକେ ଏବେ ଚିଙ୍ଗାରୀ ଆପ୍‌କୁ ଡାଉନ୍‌ଲୋଡ୍ କରିସାରିଲେଣି। କେବଳ ପ୍ଲେ ଷ୍ଟୋର୍‌ରୁ ଅଢ଼େଇ ମିଲିୟନ୍ ଗ୍ରାହକ ଚିଙ୍ଗାରୀକୁ ଡାଉନ୍‌ଲୋଡ୍ କରିଛନ୍ତି। ଗତ ଗୋଟିଏ ମାସରେ ଚିଙ୍ଗାରୀକୁ ଲକ୍ଷେ ଲୋକ ଡାଉନ୍‌ଲୋଡ୍ କରିଥିଲେ।ତେବେ ସବୁଠୁ ବଡ଼ କଥା ହେଲା ଏହି ଆପ ରେ ବ୍ୟବହୃତ ହୋଇଛି ଓଡ଼ିଆ ଜ୍ଞାନ କୌଶଳ।।ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଯୁବକ ବିଶ୍ୱତ୍ମା ନାୟକ ଏହା କୁ ଡ଼େବ୍ଳପିଂ କରିଛନ୍ତି। ୨୦୧୯ରେ ଏହି ଭିଡିଓ ଶେୟାରିଂ ଆପ୍ ଚିଙ୍ଗାରିକୁ ଡେଭଲପ୍ କରିଥିଲେ ବିଶ୍ୱତ୍ମା ଓ ତାଙ୍କ ବନ୍ଧୁ ସିର୍ଦ୍ଧାଥ ଗୌତମ। ବେଙ୍ଗାଲୁରୁରେ ରହୁଥିବା ଉଭୟ ବନ୍ଧୁ ମିଳିତ ଭାବେ ଏହାକୁ ଡ଼େବଲପ୍ କରିଛନ୍ତି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *