ଟ୍ରକ୍ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର!

କଳାହାଣ୍ଡି (୨୪/୦୫, ପିପିଏଲ୍ ନ୍ୟୁଜ୍) : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ ନମ୍ବର୍ ଜାତୀୟ ରାଜପଥ ଜାରିଙ୍ଗ ନିକଟ ସୁରୁଗୁଡା ଚକ ଠାରେ ।ଏକ OD-04 L-1495 ପେଟ୍ରୋଲ୍ ଟ୍ୟାଙ୍କ୍ ଟ୍ରକ ଧକ୍କା ରେ ଜଣ ବାଇକ ଚାଳକଙ୍କ ମୃତ ଓ ଦୁଇ ଗୁରୁତର ।ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ୍ ଉତ୍ତମ କୁମାର ସାହୁ ପହଞ୍ଚି ଗୁରୁତର ଥିବା ମାଧବ ବନ୍ଦିଛୋଡ, ଯଦୁ ବନ୍ଦିଛୋଡ ଦୁଇ ଜଣଙ୍କୁ ଭବାନୀପାଟଣା ମେଡିକାଲ କୁ ପଠାଇଛନ୍ତି। ଏବଂ ଟ୍ରକ ଡ୍ରାଇଭର କୁ ଥାନାରେ ଅଟକ ରଖି ମୃତ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ମେଡିକାଲ କୁ ପଠାଇ ତଦନ୍ତ ଜାରି ରଖିଛନ୍ତି। ମୃତକ ଙ୍କ ନାମ ହିମାଂଶୁ ଭୋଇ ଗ୍ରାମ ସଦର ଥାନା ଅନ୍ତର୍ଗତ ବାନ୍ଦୋପଳା ଗ୍ରାମ ବୋଲି ଜଣା ପଡିଛି।

ରିପୋର୍ଟ୍ – ତୁଳମଣି ନାଗ

Leave a Reply

Your email address will not be published. Required fields are marked *