ଡିଲର ଙ୍କ ତରଫରୁ ଘରେ ଘରେ ଡାଲି ବଣ୍ଟନ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ବେଳେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଜଗତସିହପୁର ପୌର ପରିଷଦ ର ୩ ନମ୍ୱର୍ ୱାର୍ଡ ର ମାର୍କଣ୍ଡପୁର ଅଞ୍ଚଳରେ । ବିଭିନ୍ନ ସାହି ରେ ରାସନ୍ କାର୍ଡ ଧାରୀ ମାନଙ୍କୁ ସରକାର ଙ୍କର ତିନି ମାସର ଆଗୁଆ ଡାଲି (୩ କେଜି) ବିଭିନ୍ନ ସାହି ମାନଙ୍କ ରେ ଡିଲର ହରେକୃଷ୍ଣ ବେହେରା ଏବଂ କ୍ରିଷ୍ଣା ଙ୍କ ସହଯୋଗରେ ଘରେ ଘରେ ବଣ୍ଟନ ହୋଇଯାଇଛି l ଏହାଦ୍ୱାରା ଲୋକଙ୍କୁ ଡିଲର୍ ଙ୍କ ପାଖରେ ଧାଡ଼ି ଲଗାଇବାକୁ ପଡ଼ିନଥିଲା ଓ ଲୋକ ମାନେ ଘରେ ସୁରକ୍ଷିତ ରହି ରାସନ ପାଇ ପାରିଥିଲେ । ଏଭଳି ପଦକ୍ଷେପ କୁ ସାଧାରଣ ରେ ବେଶ୍ ପ୍ରସଂଶା ମଧ୍ଯ କରାଯାଉଛି ।

ରିପୋର୍ଟ୍ – ତନ୍ମୟ ପଣ୍ଡା

Leave a Reply

Your email address will not be published. Required fields are marked *