ଡୁପ୍ଲେସି ଓ  ୱାଟସନଙ୍କ ଜବରଦସ୍ତ ବ୍ୟାଟିଂ: ୧୦ ୱିକେଟ୍ ରେ ଜିତିଲା ଚେନ୍ନାଇ ସୁପର୍ କିଙ୍ଗସ୍

ଭୁବନେଶ୍ୱର (୫/୧୦/୨୦୨୦ ପିପିଏଲ ନ୍ୟୁଜ) : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଅନୁଷ୍ଠିତ ଦ୍ବିତୀୟ ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ଚେନ୍ନାଇ ସୁପରକିଙ୍ଗସ୍‌ ୧୦ ୱିକେଟରେ ପରାସ୍ତ କରିଛି। ମ୍ୟାଚ ଜିତିବା ପାଇଁ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ୧୭୯ରନ ଟାର୍ଗେଟ ଥିବା ବେଳେ କୌଣସି ୱିକେଟ ନ ହରାଇ ସେ ଏହି ସହଜ ବିଜୟ ହାସଲ କରିଛି। ଡୁପ୍ଲେସିଙ୍କ ସର୍ବାଧିକ ୮୭ ଓ  ୱାଟସନଙ୍କ ୮୩ରନ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ଏହି  ବିଜୟ ହାସଲ କରିଛି।

ରିପୋର୍ଟ: ସୌମ୍ୟା

Leave a Reply

Your email address will not be published. Required fields are marked *