ତରଭୁଜ ଚୋପାର ସ୍ୱାସ୍ଥ୍ୟ ଉପକାରିତା

ଭୁବନେଶ୍ୱର(୨୮/୦୩, ପିପିଏଲ୍ ନ୍ୟୁଜ୍): ତରଭୁଜ ଖରାଦିନରେ ଅନେକ୍ ଲୋକଙ୍କର ପସନ୍ଦିତା ଫଳ ମଧ୍ୟରେ ରହିଥାଏ । ତରଭୁଜ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ବୋଲି କୁହାଯାଏ । ଏଥିରେ ପାଣିର ପରିମାଣ ଅଧିକା ରହିଥାଏ ,ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ତରଭୁଜରେ ଫାଇବର,ପୋଟାସିୟମ୍‌,ଆଇରନ୍‌,ଭିଟାମିନ୍‌’ଏ’, ‘ସି’ ଭଳି ଅନେକ୍ ଗୁଣକାରୀ ତତ୍ୱ ଭରି ରହିଥାଏ । ହେଲେ ହୁଏତ ଅନେକ୍ ଲୋକଙ୍କୁ ଜଣା ନଥିବ ଯେ, ତରଭୁଜ ଭଳି ତରଭୁଜ ଚୋପା ମଧ୍ୟ ,ଶରୀର ପାଇଁ ବହୁତ୍ ଉପକାରୀ ହୋଇଥାଏ । ସାଧାରଣତଃ ତରଭୁଜ ଖାଇବା ପରେ ତାର ଚୋପାକୁ ଆମେ ପିଙ୍ଗି ଦେଇଥାଉ । ହେଲେ ଏହା ମଧ୍ୟ ଅନେକ୍ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ତରଭୁଜ ଚୋପାର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।ଯେଉଁମାନଙ୍କର ନିଦ୍ରା ଜନିତ କୌଣସି ସମସ୍ୟା ରହିଥାଏ, ତେବେ ଏହି ସମସ୍ୟା ପାଇଁ ତରଭୁଜ ଚୋପା ବହୁତ୍ ଲାଭଦାୟକ ହୋଇଥାଏ । ଏଥିରେ ଅନେକ୍ ପୋଷକ ତତ୍ୱ ଏବଂ ମ୍ୟାଗ୍ନେସିୟମ୍ ଭରି ରହିଥାଏ , ଯାହା ଏହି ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।ତରଭୁଜ ଚୋପାରେ ଫାଇବରର ଗୁଣ ପ୍ରଚୁର ମାତ୍ରାରେ ଭରି ରହିଥାଏ । ତରଭୂଜ ଚୋପା ସେବନ କରିବା ଦ୍ୱାରା, ଏହା ବ୍ଲଡପ୍ରେସର ଏବଂ ସୁଗାର ଲେବୁଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଏହା ସହିତ ପାଚନତନ୍ତ୍ରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ ।ତରଭୁଜ ଚୋପା ତ୍ୱଚା ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ଏହା ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର ରଖିବାରେ ସାହାଯ୍ୟ କରେ ।ଓଜନ ହ୍ରାସ କରବାରେ ସାହାଯ୍ୟ କରେ ତରଭୁଜ ଚୋପା । ଏହା ସେବନ କରିବା ଦ୍ୱାରା ଏହା ଓଜନ କମ୍ କରିବାରେ ସହାୟକ ହୋଇଥାଏ ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *