ତାମିଲନାଡୁ ରେ ପୁଣି ଦାଦନ ଶ୍ରମିକ ମୃତ୍ୟୁ ଅଭିଯୋଗ !

କଳାହାଣ୍ଡି ( ୦୪/୦୬ ,ପିପିଏଲ ନ୍ୟୁଜ ) : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ମାନଝରି ଗ୍ରାମର ଦୁଇ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ଖବର ପହଞ୍ଚି ଥିବା ବେଳେ ଅଞ୍ଚଳ ରେ ଶୋକ ଛାୟା ଖେଳିଯାଇଛି।
ବିଶେଷ ସୂତ୍ର ରୁ ଜଣା ପଡେ ମୃତ ଦୁଇ ଜଣ ହେଲେ ପ୍ରମିଳା ଚଣ୍ଡି ( ୨୨)ଓ ମଦନା ବତୀ ଚଣ୍ଡି(୧୮)ବୋଲି ଜଣାପଡିଛି।ଗତ ଜାନୁଆରୀ ମାସ ରେ ତାମିଲନାଡୁ ଯାଇ ଏକ ଇଟା ଭାଟିରେ ଦାଦନ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ।ଆଜି ସକାଳ ପ୍ରାୟ ୧୨ସମୟରେ ଇଟା ଭାଟିରେ କାମ କରୁଥିବା ଅବସ୍ଥାରେ ଚାପି ହୋଇ ମୃତ୍ୟୁ ହୋଇଥିବା ଖବର ମିଲିଛି।ତେବେ ମୃତାକ ଙ୍କ ସମ୍ପର୍କୀୟ ଭାଇ ଙ୍କ କହିବା ଅନୁସାରେ ସେଠାକାର ପୋଲିସ ଘଟଣା ସ୍ଥଳ କୁ ଆସି ଶବ ବ୍ୟବଚ୍ଛେଦ କରିବା ସହ ଶବ ସତ୍କାର କରିଥିବା ଜଣାପଡିଛି।
ମୃତକ ଦୁହେଁ ଗୋଟାଏ ପରିବାର ହୋଇଥିବା ଜଣାପଡିଛି।

ରିପୋର୍ଟ – ଶାମ୍ବ କୁମାର ସରାଫ , ତୁଲମଣି ନାଗ ଓ ଜଗନ୍ନାଥ ସାଗର

Leave a Reply

Your email address will not be published. Required fields are marked *