ଦକ୍ଷିଣ ଚୀନ ସାଗର ଉପରେ ଆମେରିକୀୟ ଫାଇଟର ଜେଟ୍ କୁ ଦେଖି ଭୟ ରେ ଚୀନ ସେନା।

ଭୁବନେଶ୍ୱର(୦୬/୦୭,ପିପିଏଲ୍ ନ୍ୟୁଜ୍) : ଆନ୍ତର୍ଜାତୀୟ ସ୍ତର ରେ ଦିନ କୁ ଦିନ ଶକ୍ତ ଝଟକା ଖାଇ ଚାଲିଛି ଚୀନ । ଗଲୱାନ ଘାଟିରୁ ପଛ କୁ ଘୁଞ୍ଚିଛି ଚୀନ ସେନା । ଗୋଟିଏ ପଟେ ବିଶ୍ୱରେ ଏବେ ଭାରତର ଆଧିପତ୍ୟ ବଢ଼ୁଥିବା ବେଳେ ମହାଶକ୍ତିଶାଳୀ ଚୀନ ବିରୁଦ୍ଧରେ ଛିଡ଼ା ହୋଇଛନ୍ତି । ବିଶେଷ କରି ଆମେରିକା ଏବେ ଚୀନ ଉପରେ ଖପ୍ପା । ଚୀନ ବିରୁଦ୍ଧରେ ଭାରତର ପଦକ୍ଷେପ ଉପରେ ସାରା ବିଶ୍ୱର ନଜର ରହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲଦାଖ ଗସ୍ତ ଓ ପରେ ଏନଏସଏ ଅଜିତ ଡୋଭାଲଙ୍କ ଆଲୋଚନା ପରେ ନଇଁଛି ଡ୍ରାଗନ । ସାଟେଲାଇଟ ଚିତ୍ର ରୁ ସ୍ପଷ୍ଟ ହେଉଛି ଚୀନ ତାର ସେନାକୁ ପଛକୁ ଫେରାଇନେଇଛି । କିନ୍ତୁ ଅନ୍ୟପଟେ ଆମେରିକା, ଚୀନକୁ ଡରାଇବାରେ ବ୍ୟସ୍ତ ।ଦକ୍ଷିଣ ଚୀନ ସାଗରରେ ଆମେରିକା ନାଭି ଜୋରଦାର ଶକ୍ତି ପ୍ରଦର୍ଶନ ଜାରି ରଖିଛି । ଚୀନର ଧମକ ପରେ ଆମେରିକାର ୧୧ଟି ଫାଇଟର ଜେଟ୍‌ ଏକାସାଙ୍ଗରେ ଦକ୍ଷିଣ ଚୀନ ସାଗରରେ ଥିବା ବିବାଦୀୟ ଅଞ୍ଚଳ ଉପରେ ଉଡ଼ାଣ କରିଥିଲା । ଆମେରିକାର ଏପରି କାର୍ଯ୍ୟକୁ ଗ୍ଲୋବାଲ ଟାଇମ୍ସ ଶକ୍ତିର ଖୋଲା ପ୍ରଦର୍ଶନର ନାଁ ଦେଇଛି ।
ପରମାଣୁ ବୋମା ପରିବହନ କ୍ଷମତା ରଖିଥିବା ଆମେରିକାର B-52H ବିମାନ ସହ ଅନ୍ୟ ୧୦ଟି ବିମାନ ଏକା ସାଥିରେ ଦକ୍ଷିଣ ଚୀନ ସାଗର ଉପରେ ଉଡାଣ ଭରିଥିଲା । ଏହିସବୁ ଫାଇଟର ଜେଟ ଆମେରିକାର ଏୟାରକ୍ରାଫ୍ଟ କ୍ୟାରିୟର ନିମିତ୍ୟରୁ ଉଡ଼ାଣ ଭରିଥିଲେ । ନିମିତ୍ୟ ସମେତ ୟୁଏସଏସ ରୋନାଲ୍ଡ ରିଗନ ମଧ୍ୟ ଯୋଦ୍ଧାଭ୍ୟାସରେ ସାମିଲ ହୋଇଥିଲା । ଆମେରିକାର ଏପରି କାର୍ଯ୍ୟକଳାପକୁ ଦେଖି ଭୟରେ ଡ୍ରାଗନ ସେନା । ଚୀନର ଖବରକାଗଜ ଏହାକୁ ଶକ୍ତିର ଖୋଲା ପ୍ରଦର୍ଶନ ବୋଲି ପ୍ରକାଶ କରିଛି । ଏହାସହ ଗ୍ଲୋବାଲ ଟାଇମ୍ସର ଧମକପୂର୍ଣ୍ଣ ଟ୍ୱିଟ୍‌ରେ ଆମେରିକା ନାଭି ରିଟ୍ୱିଟ୍‌ କରି କହିଛି, ଏହା ପରେ ବି ଆମେ ସେଠାରେ ସଜାଗ ଅଛୁ । ରବିବାର ଦିନ ଗ୍ଲୋବାଲ ଟାଇମ୍ସ ଚୀନର ଏକ ମିସାଇଲ ଚିତ୍ର ସହ ଆମେରିକାକୁ ଧମକ ଦେଇଥିଲା ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *