ଦଧିଚି ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର(୦୪/୦୯,ପିପିଏଲ୍ ନ୍ୟୁଜ୍) : ସ୍ଥାନୀୟ ଦଧିଚି ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୋଭିଡ୍ ନିୟମ ଅନୁଯାୟୀ ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ମନୋଜ କୁମାର ଦାଶ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ କରୋନା ମହାମାରୀ
ସୃଷ୍ଟି କରିଥିବା ଏହି ସଙ୍କଟମୟ ପରିସ୍ଥିତିରେ ଦୁସ୍ଥ ଓ ବିପନ୍ନ ଜନଜୀବନକୁ ସହାୟତାର ହାତ ବଢ଼ାଇବା ଅତ୍ୟନ୍ତ ଜରୁରୀ । ତେଣୁ ଦଧିଚି ମହର୍ଷିଙ୍କର ଆଦର୍ଶ, ତ୍ୟାଗ ଓ ବଳିଦାନକୁ ପାଥେୟ କରି ଜନକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ସେ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କୁ ଆହ୍ବାନ
ଦେଇଥିଲେ । ତାଛଡା ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଆତ୍ମ ସଂଯମତା ରକ୍ଷା କରିବା, ସହନଶୀଳ ହେବା ଓ ସରକାରଙ୍କର ସମସ୍ତ ଅନୁଶାସନ ମାନି ଚଳିବା
ପାଇଁ ନିବେଦନ କରିଥିଲେ । ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କର ବିକାଶକୁ ଅଗ୍ରାଧିକାର ଦିଆଯିବା ସଙ୍ଗେ ସଙ୍ଗେ ଗବେଷଣାକୁ ପ୍ରାଧାନ୍ୟ ଦେବା ଓ ନିଯୁକ୍ତି
କ୍ଷେତ୍ରକୁ ଅଧୁକ ତ୍ବରାନ୍ବିତ କରାଯିବ ବୋଲି ସେ କହିଥିଲେ ।
ଦଧିଚି ଶିକ୍ଷାନୁଷ୍ଠାନ ସଦାସର୍ବଦା ଜନମଙ୍ଗଳ କାର୍ଯ୍ୟକ୍ରମ କରିଆସୁଛି । ରେହାଡ୍ ମାଧ୍ୟମରେ ବିକଳାଙ୍ଗ ଓ କର୍କଟ ରୋଗରେ ପୀଡିତ ଛାତ୍ରଛାତ୍ରୀ ମାନଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବା ସଙ୍ଗେ ସଙ୍ଗେ ମାଗଣାରେ ପାଠ ପଢିବା ପାଇଁ ମଧ୍ୟ ସୁଯୋଗ ଦିଆଯାଉଛି । ଏ ବର୍ଷ ଅନୁଷ୍ଠାନ ତରଫରୁ କୋଭିଡ୍ ଛାତ୍ର ବୃତି ଘୋଷଣା କରାଯାଇଛି । ଯାହାଦ୍ବାରା ଅନେକ ଛାତ୍ର ଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି ବୋଲି ଅନୁଷ୍ଠାନର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀମତୀ ବବିତା ଦାଶ ମତ ବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ସୀମାଂଚଳ ପଣ୍ଡା, ଡାଇରେକ୍ଟର ଫାଇନାନ୍ସ ଶ୍ରୀଯୁକ୍ତ ବାସୁଦେବ ବିଶ୍ବାଳ, ଡାଇରେକ୍ଟର ପ୍ରୋଜେକ୍ଟ ପ୍ରଭାତ କୁମାର ପାଢୀ ଓ ଦଧିଚି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ଭଟ୍ଟ,
ଆରନ୍ ପଲିଟେକ୍‌ନିକ୍ ର ଅଧକ୍ଷ ଇଂ. ଅଭିମନ୍ୟୁ ଜେନା , ଆଇ.ଟି.ସିର ଉପାଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତି, ଏ.ଆଇ.ସି.ଏସ୍ ର ଅଧକ୍ଷ ଡ଼ଃ.ସତ୍ୟବ୍ରତ ସାହୁ ଓ ଦଧିଚି ଫାର୍ମାସୀ କଲେଜ୍ ର ଅଧକ୍ଷ ଡଃ. ରଜତ କୁମାର କର
ଉପସ୍ଥିତ ଥିଲେ ।ଏହି ଅବସରରେ ରେହେଡ୍ ତରଫରୁ ତିନି ଜଣ ଗରିବ ପିଲାଙ୍କ ପାଠ ପଢ଼ା ପାଇଁ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯାଇଥିଲା ଓ ଅନୁଷ୍ଠାନର ଚତୁର୍ଥ କର୍ମଚାରୀ ମାନଙ୍କୁ ମାସକର ରାସନ ବଂଟନ କରାଯାଇଥିଲା ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *