ଦଳ କୁ ମଜବୁତ କରିବା ପାଇଁ ବିଜୁ ମହିଳା ଜନତା ଦଳ ର ବୈଠକ

ଭୁବନେଶ୍ୱର(୧୮/୦୮,ପିପିଏଲ୍ ନ୍ୟୁଜ୍) : ଆଜି ବିଜୁ ମହିଳା ଜନତା ଦଳର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ବୈଠକରେ ବିଜେଡି ଦଳର ଉପସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଜେଡି ଉପସଭାପତି ଶ୍ରୀମତୀ ଉଷା ପାଢ଼ୀ, ବିଜେଡି ସାଙ୍ଗଠନିକ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ , ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶଶୀ ଭୂଷଣ ବେହେରା ,ବିଜେଡି ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମିତ୍ରା ଜେନା ଏବଂ ମହିଳା ବିଜେଡିର ସମସ୍ତ ସାଙ୍ଗଠନିକ ଜିଲ୍ଳା ପ୍ରଭାରୀମାନେ ଯୋଗ ଦେଇଥିଲେ ।ତୃଣମୂଳ ସ୍ତରରେ ଦଳକୁ କିପରି ଆହୁରି ମଜବୂତ ହୋଇପାରିବ ,ସେ ପ୍ରସଙ୍ଗରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା ।
ରିପୋର୍ଟ – ସନ୍ତୋଷ

Leave a Reply

Your email address will not be published. Required fields are marked *