ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ଅଢ଼େଇ ଲକ୍ଷ ଟଙ୍କା

ଭୁବନେଶ୍ୱର(୨୫ /୦୨,ପିପିଏଲ୍ ନ୍ୟୁଜ୍ ) :ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ଦମ୍ପତ୍ତିଙ୍କୁ ମିଳିବ ଅଢ଼େଇ ଲକ୍ଷ ଟଙ୍କା । ଏନେଇ ସାମାଜିକ ନିରପତ୍ତା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଏହି କ୍ଷେତ୍ରରେ ପ୍ରୋତ୍ସାହନ ରାଶି ୫୦ ହଜାର ରହିଥିଲା । ତେବେ ଏହି ପ୍ରୋତ୍ସାହନ ରାଶିକୁ ବଢ଼ାଇଦିଆଯାଇଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବ ଗାଇଡ଼ ଳାଇନ ଜାରି କରିଛନ୍ତି । ସୂଚନାନୁସାରେ, ଏହା ପୂବର୍ରୁ ଯେଉଁବ୍ୟକ୍ତି ଦିବ୍ୟାଙ୍ଗଙ୍କୁ ବିବାହ କରୁଥିଲେ ସେମାନଙ୍କୁ ୫୦ ହଜାର ପ୍ରୋତ୍ସାହନ ରାଶି ଦିଆଯାଉଥିଲା । ବର୍ତ୍ତମାନ ଏହାକୁ ବଢ଼େଇ ଦିଆଯାଇଛି ।

ରିପୋର୍ଟ – ରାଜେଶ୍ୱରୀ

Leave a Reply

Your email address will not be published. Required fields are marked *