ଭୁବନେଶ୍ୱର( ୦୫/୦୩,ପିପିଏଲ୍ ନ୍ୟୁଜ୍) : ସାଂସଦ ଅନୁଭବଙ୍କୁ ଝଟକା । ଦିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି । ଓଲିଉଡର ଚର୍ଚ୍ଚିତ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷାଙ୍କ ବୈବାହିକ ଜୀବନରେ ଦେଖାଦେଇଥିବା ପାରିବାରିକ ବିବାଦ ମାମଲାର ଶୁଣାଣି ଦିଲ୍ଲୀରେ ନୁହେଁ କଟକରେ ହେବ। ଉଭୟଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ନେଇ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ମାତ୍ର ଥରକୁ ଥର ଦିଲ୍ଲୀ ଯିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେବେ କହି ମାମଲାକୁ କଟକ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା।
ସୂଚନାନୁସାରେ, ବର୍ଷା-ଅନୁଭବଙ୍କ ଛାଡପତ୍ର ମାମଲା ଅନେକ ଦିନ ଧରି ତାର ଶୁଣାଣି ଉପରେ ସମସ୍ତଙ୍କର ନଜର ରହିଛି । ପ୍ରଥମେ ଅନୁଭବ,ବର୍ଷା ଙ୍କ ଠାରୁ ଅଲଗା ହେବା ପାଇଁ ଛାଡପତ୍ର ଆବେଦନ କରିଥିଲେ। କିନ୍ତୁ, ବର୍ଷା ପ୍ରିୟଦର୍ଶିନୀ ତାଙ୍କର ବୈବାହିକ ଜୀବନକୁ ସ୍ଥିର ରଖିବାପାଇଁ Restitution Section-9 ଅନୁସାରେ ଏକ ପିଟିସନ ଦାୟର କରିଥିଲେ । ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କଟକ ଏସ୍ଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ।
ରିପୋର୍ଟ – ଶୁଭ୍ରଜ୍ୟୋତି