ଦୁଇ ଦଳ ପାର୍ଥି ଘୋଷଣା କରିଥିବା ବେଳେ, କଂଗ୍ରେସର ଚେହେରା କିଏ ହବ ?

ଭୁବନେଶ୍ୱର (୨୬ /୦୩, ପିପିଏଲ୍ ନ୍ୟୁଜ୍) : ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲିପଡିଥିବା ପିପିଲି ବିଧାନସଭା ଆସନକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି | ପିପିଲିରେ ନିଜର ଦବଦବା ଜାହିର କରିବା ପାଁଇ ତିନି ପ୍ରମୁଖ ଦଳର ଅଂକକ ଆରମ୍ବ ହୋଇଗଲାଣି ସେପଟେ ଗତକାଲି ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପାର୍ଥି ଘୋଷଣା କରିଥିବା ବେଳେ ,ଆଜି ବିଜେଡି ତାର ପାର୍ଥି ଘୋଷଣା କରିଛି |ସ୍ବର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥୀଙ୍କୁ ମଇଦାନକୁ ଓଲ୍ହାଇଛି| ସେପଟେ ସର୍ବପୁରାତନ ଦଳ କଂଗ୍ରେସ କାହାକୁ ପାର୍ଥି ଦେବ ତାକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ବ ହୋଇଯାଇଛି | ତ୍ରିମୁଖୀ ମହାଲଢେଇରେ କଂଗ୍ରେସ କାହାକୁ ପାର୍ଥି ଦେବ ତାହା ଆଗକୁ ଦେଖିବାର କଥା

ରିପୋର୍ଟ – ଅଭିଜିତ ଦେବତା

Leave a Reply

Your email address will not be published. Required fields are marked *