ଦୁଇ ଭଉଣୀ ଙ୍କ ମଧ୍ୟ ରୁ ଜଣ ଙ୍କ ମୃତ ଦେହ ଉଦ୍ଧାର

ସୋନପୁର(୧୭/୧୦,ପିପିଏଲ୍ ନ୍ୟୁଜ୍) : ଗତ ୧୫ ତାରିଖ ରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ତେଲନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ସୋନପୁର ଜିଲ୍ଲା ତରଭା ଥାନା କମସରା ଗ୍ରାମର ନଈ ରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରଯାଇଛି।ବଲାଙ୍ଗୀର ଜିଲ୍ଲା ତୁଷୁରା ଏନ. ଏ.ସି. ରେ ଥିବା ତେଲନଦୀ କୁ ଦୁଇ ଭଉଣୀ ଡେଇଁ ପଡ଼ିଥିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା । ଦୁଇ ଭଉଣୀ ଏକ ହିରୋ କମ୍ପାନୀ ନିର୍ମିତ ଦୁଇ ଚକିଆ ଯାନ ରେ ଆସି ଗାଡିଟିକୁ ପୋଲ ଉପରେ ରଖି ନଦୀ ଭିତରକୁ ଡେଇଁଥିଲେ ବୋଲି କୁହାଯାଉଛି । ଆହୁରି ମଧ୍ୟ ଦୁହିଁଙ୍କ ଚପଲ ମଧ୍ୟ ଗାଡି ପାଖରେ ଛାଡିଥିବା ନଜରକୁ ଆସିଥିଲା । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିସମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଏବଂ ଘଟଣା ସ୍ଥଳରେ ପରିବାର ବର୍ଗ ମଧ୍ୟ ପହଞ୍ଚିଥିବା ବେଳେ ଉକ୍ତ ଦୁଇ ଭଉଣୀ ତୁଷୁରା ନିକଟସ୍ଥ ଗୁଡାଭେଲା ଗ୍ରାମର ରାମୋତାର ଅଗ୍ରବାଲ ଙ୍କ ଦୁଇ ଝିଅ ହୋଇଥିବା ଜଣାପଡିଥିଲା । ଅପର ପକ୍ଷରେ ଯେଉଁ ଗାଡ଼ିରେ ଦୁଇ ଭଉଣୀ ଆସିଥିଲେ ଉକ୍ତ ଗାଡି ନମ୍ବର ମଧ୍ୟ ରାମୋତାର ଅଗ୍ରବାଲ ଙ୍କ ନାମରେ ପଞ୍ଜିକୃତ ହୋଇଥିବା ସୂଚନା ମିଳିଥିଲା । ତେବେ ଏ ପର୍ଯ୍ୟନ୍ତ ନଦୀରେ ଡେଇଁଥିବା ଦୁଇ ଭଉଣୀଙ୍କ ସନ୍ଧାନ ପାଇଁ ଅଗ୍ନୀସମ କର୍ମୀମାନେ ଚେଷ୍ଟା ଜାରି ରଖିଥିଲେ । ବର୍ତ୍ତମାନ କେଉଁ କାରଣ ରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ କି ତାଙ୍କ ପରିବାର ଵର୍ଗ ଙ୍କ ମାନସିକ ସନ୍ତୁଳନ ଠିକ ନ ଥିବା ହେତୁ ପରିବାର ବର୍ଗଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ
ରିପୋର୍ଟ – ମଧୂସୁଦନ ବହିଦାର

Leave a Reply

Your email address will not be published. Required fields are marked *