ଦୁର୍ଗା ପୂଜା ପାଇଁ ଅନୁମତି ଦେବାକୁ ଜିଲ୍ଲାପାଳଙ୍କୁ ଚିଠି

ଗଞ୍ଜାମ(୦୫/୦୯,ପିପିଏଲ୍ ନ୍ୟୁଜ୍): ଚଳିତ ବର୍ଷ କରୋନା ମହାମାରୀ ପାଇଁ ରାଜ୍ୟରେ ସମସ୍ତ ମଣ୍ଡପରେ ଦୂର୍ଗା ପୂଜାକୁ ସରକାର ବନ୍ଦ ରଖିଛନ୍ତି । ଗଞ୍ଜାମ ରେ କରୋନା ରୋଗୀ ଙ୍କ ସଂଖ୍ୟା କମି ଚାଲିଛି ତେଣୁ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଦୁର୍ଗା ପୂଜା କରିବାକୁ ଚାହୁଁଛନ୍ତି । ଏ ନେଇ କୋର୍ଟପେଟା ଦୁର୍ଗା ପୂଜା କମିଟି ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଏକ ଚିଠି ଲେଖିଛନ୍ତି । ସାମାଜିକ ଦୂରତା ସହ କୋଭିଡ୍-୧୯ ର ସମସ୍ତ ନିୟମ ମାନି ପୂଜା କରାଯିବ ବୋଲି ମଧ୍ୟ କହିଛନ୍ତି କୋର୍ଟପେଟା ଦୂର୍ଗା ପୂଜା କମିଟିର ସଭାପତି ରାମ କୁମାର ପାତ୍ର । ଏ ବିଷୟରେ ଜିଲ୍ଲାପାଳ ହୃଦୟର ସହ ଚିନ୍ତା କରି ନିଷ୍ପତି ନେବା ପାଇଁ ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *