ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀ ଓଡିଆଙ୍କ କାର୍

ଆଠମଲ୍ଲିକ (୧୫/୦୫, ପିପିଏଲ୍ ନ୍ୟୁଜ୍) ଅନୁଗୋଳ ରାସ୍ତାର ଝରଝରି ଘାଟି ନିକଟରେ ପଶ୍ଚିମବଙ୍ଗର ଏକ କାର ଦୁର୍ଘଟଣାଗ୍ରସ୍ତ ହେଇଛି । ଆଜି ଭୋର ୫ଟା ବେଳେ ଦୁର୍ଘଟଣା ଘଟିଛି । କାରରେ ୩ ଜଣ ଥିଲେ । ସମସ୍ତେ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ, ଆଠମଲ୍ଲିକ-ଅନୁଗୋଳ ରାସ୍ତାର ଝରଝରି ଘାଟି ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଠାକୁରଗଡ ୟୁଥ ପ‍ୱାର ସଦସ୍ୟ ମାନେ ଉଦ୍ଧାର କରି ଠାକୁରଗଡ ମେଡିକାଲରେ ଭର୍ତ୍ତି କରିଛନ୍ତି ।କାର୍ ଦୁର୍ଘଟଣା ପରେ ସେମାନଙ୍କ ନିକଟରୁ ମିଳିଥିବା ପାସରୁ ଜଣାପଡିଛି ଯେ ସେମାନେ ଭୁବନେଶ୍ବରରୁ ବଲାଙ୍ଗିର ଯାଉଥିଲେ । କାରରେ ଯାଉଥିବା ଦୁଇ ଜଣ ହେଉଛନ୍ତି ପଶ୍ଚିମବଙ୍ଗ କ୍ବାରେଣ୍ଟାଇନ୍ ସେଣ୍ଟରର । ସେମାନଙ୍କୁ ବଲାଙ୍ଗୀର କ୍ବାରେଣ୍ଟାଇନ୍ ସେଣ୍ଟରକୁ ନିଆଯାଉଥିଲା । ମାତ୍ର ଗାଡି ଦୁର୍ଘଟଣା ହେବାରୁ ସେମାନଙ୍କୁ ଏବେ ସେହିଠାରେ ରଖାଯାଇଛି । ଆଠମଲ୍ଲିକ ପୋଲିସ ପହଞ୍ଚିବା ପରେ ଯାଇ ସେମାନଙ୍କୁ ଅନ୍ୟ ଗାଡିରେ ପଠାଇବାର ବ୍ୟବସ୍ଥା କରାଯିବ।

ରିପୋର୍ଟ୍ – ଜଗନ୍ନାଥ ଅଗ୍ରୱାଲ୍

Leave a Reply

Your email address will not be published. Required fields are marked *