ଭୁବନେଶ୍ୱର (୦୯.୦୮,ପିପିଏଲ ନ୍ୟୁଜ ): କୋଭିଡ-୧୯ ଭଳି ଏକ ମହାମାରୀ ସମୟରେ ଏହାକୁ କିପରି ଭାବରେ ନିୟନ୍ତ୍ରଣ କରାଯାଇପାରିବ ସେ ବିଷୟରେ ପରିଚୟ ସଂସ୍ଥା ଏବଂ କର୍ମ ସଂସ୍ଥା ଦ୍ୱାରା ଏକ ୱେବ୍ ମିନାର ଆୟୋଜିତ କରାଯାଇଛି। ଏହି ଆଲୋଚନା ଚକ୍ରରେ ବରିଷ୍ଠ ଓଏଏସ୍ ଅଧିକାରୀ ଶ୍ରୀ ଦିଲ୍ଲୀପ ରାଉତରାୟ ଏହି ମହାମାରୀ କରୋନା ସମୟରେ କିପରି ଏହାକୁ ସତର୍କତାର ସହ ମୁକାବିଲା କରାଯାଇପାରିବ ଏବଂ ଲୋକମାନଙ୍କ ମନରେ ଥିବା ଦୁଶ୍ଚିନ୍ତା କୁ କିପରି ପରିଚାଳନା କରାଯାଇପାରିବ ସେ ବିଷୟରେ ସେ ତାଙ୍କର ଜ୍ଞାନ ଏବଂ ଅଭିଜ୍ଞତା କୁ ଶ୍ରୋତା ମାନଙ୍କୁ ବୁଝାଇଥିଲେ।ଶ୍ରୀ ରାଉତରାୟ ଲୋକମାନଙ୍କ ଦୈନନ୍ଦିନ ଜୀବନରେ ଶାରୀରିକ ଏବଂ ମାନସିକ ଦୁଶ୍ଚିନ୍ତା ସହିତ କିପରି ମୁକାବିଲା କରି ପାରିବେ ସେ ବିଷୟରେ ମଧ୍ୟ କହିଥିଲେ।
ଏହା ସହିତ ଶ୍ରୀ ରାଉତରାୟ ସମସ୍ତ ଶ୍ରୋତା ମାନଙ୍କୁ ABC ର ଏକ ମନ୍ତ୍ର ଦେଇଥିଲେ ଯାହା ଦ୍ଵାରା ଏହି ଦୁଶ୍ଚିନ୍ତା କୁ ଦୂର କରାଯାଇପାରିବ। ସେ ABC ହେଉଛି ଗୋଟିଏ ‘Attitude’ ଏବଂ ଅନ୍ୟଟି ହେଉଛି ‘Belief’ ଏବଂ ଶେଷ ଟି ହେଉଛି ‘Character’ ଏଥି ସହିତ ଏହି ଏହି ୱେବ୍ ମିନାର୍ ରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ପରିଚୟ ସଂସ୍ଥା ର ପ୍ରତିଷ୍ଠାତା ତଥା ସଭାପତି ରୋଜାଲିନ ପାଟଶାଣି ମିଶ୍ର ଲୋକମାନଙ୍କୁ କିପରି ଭାବରେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସତର୍କ ରହିବାକୁ ପଡିବ ସେ ବିଷୟରେ କହିଥିଲେ। ଏବଂ ଏଥି ସହିତ ଧ୍ୱନି ଜୈନ୍ ଯିଏକି କର୍ମ ସଂସ୍ଥାର ପ୍ରତିଷ୍ଠାତା ଏହାକୁ ପରିଚାଳନା କରିଥିଲେ ଏବଂ ଏହି ମନୁଷ୍ୟ ମାନଙ୍କର ଦୁଶ୍ଚିନ୍ତା କୁ ଗୋଟି ଗୋଟି କରି ଚିହ୍ନଟ କରି ଏହାର ସମାଧାନର ବାଟ ମଧ୍ୟ କହିଥିଲେ।