ଦୃଷ୍ଟିହୀନ କରୋନା ପୀଡିତ ଙ୍କୁ ସାହାଯ୍ୟ ର ହାତ ବଢାଇଲା “ଜୟ ଓଡିଶା “

ଭୁବନେଶ୍ୱର(୧୯/୦୯,ପିପିଏଲ୍ ନ୍ୟୁଜ୍) : କୋରୋନା ଏବେ ଆମ ରାଜ୍ୟ ଓଡ଼ିଶାର ସବୁ କୋଣ ଅନୁକୋଣରେ ପହଞ୍ଚିସାରିଛି । ଏହା ଯୋଗୁଁ ରାଜ୍ୟରେ ବର୍ତ୍ତମାନ ଏକ ଅତ୍ୟନ୍ତ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ବରର ୟୁନିଟ୍ -୯ ସ୍ଥିତ ସୁଧାନିଧିର ବସ୍ତିର ଏକ ଦୃଷ୍ଟିହୀନ ପରିବାରର ଦୁଇଜଣ ସଦସ୍ୟ କୋରୋନାରେ ପୀଡ଼ିତ ହୋଇଥିବା ଜଣାପଡ଼ିବା ପରେ ଅନେକ ଅସୁବିଧାର ସମୁଖୀନ
ହୋଇଥିଲେ । ସରକାରୀ ନିୟମ ଅନୁସାରେ ସେମାନଙ୍କ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ହେତୁ ସେମାନେ “ହୋମ ଆଇସୋଲେସନ୍ ରେ ରହୁଥୁବାରୁ ଅତ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ ନିମନ୍ତେ ବାହାରକୁ ପାଦ ରଖିବା ମଧ୍ୟ ସେମାନଙ୍କ ପକ୍ଷେ ସମ୍ଭବପର ହୋଇନଥିଲା । ଏହି ପରିସ୍ଥିତିରେ ଯଥାଶୀଘ୍ର କିଛି ସାହାଯ୍ୟ ନିମନ୍ତେ ସେଇମାନେ ବିଏମସିକୁ ଯୋଗାଯୋଗ କରିଥିଲେ । ବିଏମସି କର୍ମଚାରୀରୀଙ୍କ ଠାରୁ ଏହି ବିଷୟରେ ଅବଗତ ହେବାପରେ ଏହି ଦୃଷ୍ଟିହୀନ ପରିବାରର ସଦସ୍ୟଙ୍କ ସହ ଯୋଗାଯୋଗ କରିଥିଲା ଓଡ଼ିଶାର ଅଗ୍ରଣୀ ସ୍ନେଚ୍ଛାସେବୀ ସଂଗଠନ “ଜୟ ଓଡ଼ିଶା’ । ଖବର ପାଇବା କ୍ଷଣି ଜୟ ଓଡ଼ିଶାର କିଛି ସ୍ବେଚ୍ଛାସେବୀ ତୁରନ୍ତ ସେମାନଙ୍କ ନିକଟରେ ପହଞ୍ଚି ପାଖାପାଖି ୧୫ ଦିନ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଅତ୍ୟାବଶ୍ୟକୀୟ ଜିନିଷ ସହିତ ରାସନ୍ ସାମଗ୍ରୀ ବିଭିନ୍ନ ଔଷଧ ତଥା ମାସ୍କ, ସାନିଟାଇଜର ଆଦି ଯୋଗାଇଥିଲେ । ତା ସହିତ ଏହି ଘରର ଅତ୍ୟନ୍ତ ନିକଟବର୍ତ୍ତୀ ପରିବାର ଗୁଡ଼ିକୁ ସଂକ୍ରମଣର ଯଥେଷ୍ଟ ସମ୍ଭାବନା ଥିବା ବିଷୟରେ ହୃଦୟଙ୍ଗମ କରି ସେମାନଙ୍କୁ “ଜୟ ଓଡ଼ିଶା କୋଭିକ୍ଟ-୧୯ ପ୍ରତିକାର କିଟ୍ ପ୍ରଦାନ କରିବା ସହ ସାମାଜିକ ଦୂରତା ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଏମସି ଆସିଷ୍ଟାଣ୍ଟ କମିଶନର ଶ୍ରୀ ଲିଲନ୍ ସାହୁ କହିଛନ୍ତି ଯେ ପରିବାରଟି କୋରୋନା ସଂକ୍ରମିତ ବୋଲି ଜାଣିବା ପରେ ଜୀବନ ଜୀବିକା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ
ହେଉଥିଲେ । ତେଣୁ ସେଇମାନେ ବିଏମସିକୁ ଯୋଗଯୋଗ କରିବା ପରେ ଏହି କାର୍ଯ୍ୟକୁ ଆମେ ଜୟ ଓଡ଼ିଶାକୁ ହସ୍ତାନ୍ତର କରିଥିଲୁ ଓ ଜୟ ଓଡ଼ିଶାର ଏହି ନିଷ୍ଠାପର କାର୍ଯ୍ୟ ନିମନ୍ତେ ଏହାର ପ୍ରତିଷ୍ଠାତା ଓ ସମସ୍ତ ସ୍ବେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଉଛୁ ।” ଜୟ ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ରୂଦ୍ର ସାମନ୍ତରାୟ ଦୃଷ୍ଟିହୀନ ପରିବାରକୁ ଆଗାମୀ ଦିନରେ ମଧ୍ୟ ସମସ୍ତ ଆବଶ୍ୟକତା ପୂରଣରେ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ଏପରି ଏକ ଅଭାବନୀୟ ସମୟରେ ସମସ୍ତ ରାଜ୍ୟବାସୀ ନିଜର ମନୋବଳ ଦୃଢ଼ ରଖିଵା ସହିତ ଚିନ୍ତିତ ନହୋଇ ମନକୁ ଶାନ୍ତ ଓ ଖୁସି ରଖିବା ପାଇଁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *