ଦେଓଗାଁ ଚିନିକଳ କୁ ନେଇ ବିଜେପି ର ବିକ୍ଷୋଭ !

ବଲାଙ୍ଗୀର ( ୦୪/୦୬, ପିପିଏଲ ନ୍ୟୁଜ ) : ଆଜି ଭାରତୀୟ ଜନତା ପାର୍ଟି ର ଅନେକ କର୍ମୀ ଓ ବଲାଙ୍ଗୀର ସମବାୟ ସମିତି ଜିଲ୍ଲା ସଭାପତି ଲକ୍ଷଣ ମେହେର ଙ୍କ ନେତୃତ୍ୱରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ ନିକଟରେ ଆସ୍କା ରେ ଥିବା ଚିନି କଳ କୁ ୧୫କୋଟି ଟଙ୍କା ଅନୁଦାନ ରାଜ୍ୟ ସରକାର ଦେଇଥିବା ବେଳେ ଦେଓଗାଁ ଚିନିକଳ ପାଇଁ ପାତରଅନ୍ତର ନୀତି କୁ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସୂଚନା ଥାଉକି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଚିନିକଳ ଦୀର୍ଘ ୫ ବର୍ଷ ରୁ ଅଧିକ ହେବ ବନ୍ଦ ହେଇ ପଡିଛି ।
ସେପଟେ କାରଖାନା ର ଅନେକ ଯନ୍ତ୍ରପାତି ଗୁଡିକ ଖତଖାଇ ବାରେ ଲାଗିବା ସତ୍ତ୍ୱେ ସରକାର କୌଣସି ପ୍ରକାର ସହାୟତାର ହାତ ବଢ଼େଇ ନ ଥିବା ବେଳେ ବଲାଙ୍ଗୀରବାସୀଙ୍କ ମନରେ ନିଶ୍ଚିତ ଭାବରେ ଏକ ଆଘାତ ଲାଗିଥିବା ସଙ୍କେତ ମିଳୁଛି ବୋଲି ଅନେକେ ମତ ରଖିଛନ୍ତି ।ଗତ କିଛି ମାସ ତଳେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି ଦେଓଗାଁ ଚିନିକଳ ଗସ୍ତ ରେ ଆସି ଶିଳ୍ପବିହୀନ ବଲାଙ୍ଗୀର ଜିଲ୍ଲାରେ ଏକ ଅତ୍ୟାଧୁନିକ ଚିନିକଳ ହେବା ସତ୍ତ୍ୱେ ବନ୍ଦ ଥିବାକୁ ନେଇ ଏକ ଦୃଭାଗ୍ୟ ଜନକ ବିଷୟ ବୋଲି ମତ ପ୍ରକାଶ କରିଥିଲେ।
ତେବେ ଏହି ଚିନିକଳ କୁ ନେଇ ପୂର୍ବରୁ ଅନେକ ବାଦ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ତେବେ
କେବେ ଏହି ଚିନିକଳ ଆରମ୍ଭ ହେବ ? ଓ ସ୍ଥାନୀୟ ଆଖୁଚାଷୀ ମାନେ କେବେ ଲାଭବାନ ହେବେ ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବଂ ଏହିସବୁ ଵିଷୟ ଉପରେ ଦାବିକରୀ ଶତାଧିକ ବି.ଜେ.ପି. କର୍ମି ସାମିଲ ହୋଇ ଉପ-ଜ଼ୀଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ରିପୋର୍ଟ – ମଧୁସୂଦନ ବହିଦାର

Leave a Reply

Your email address will not be published. Required fields are marked *