ଦେଶରେ ଦିନକରେ ୯୮୩ ଜଣଙ୍କ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ (୨୧/୦୮, ପିପିଏଲ ନ୍ୟୁଜ): ସାରା ଦେଶରେ ମହାମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି।ଦେଶରେ ଦିନକରେ ୯୮୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏହି ୯୮୩ ଜଣଙ୍କୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪ ହଜାର ୮୪୯ରେ ପହଞ୍ଚିଛି। ଏବଂ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୫ ହଜାର ୮୨୪କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୧ ହଜାର ୩୫୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଏପର୍ଯ୍ୟନ୍ତ ତାମିଲନାଡୁରୁ ୬୧୩୯ ଜଣ, କର୍ଣ୍ଣାଟକ ୪୪୨୯ ଜଣ ଏବଂ ଦିଲ୍ଲୀରେ ୪୨୫୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୯୨ ହଜାର ୨୮ଟି ଆକ୍ଟିଭ କେସ୍ ରହିଛି ଏବଂ ୨୧ ଲକ୍ଷ ୫୮ ହଜାର ୯୪୬ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରିପୋର୍ଟ – ତପନ କୁମାର ସୂତାର

Leave a Reply

Your email address will not be published. Required fields are marked *