ଦେଶରେ ୭ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ (୦୭/୦୭ , ପିପିଏଲ୍ ନ୍ୟୁଜ୍ ) :  ଭାରତରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୧୯ ହଜାର ୬୬୫ରେ ପହଁଚିଛି । ଦେଶରେ ଲଗାତାର ପଞ୍ଚମ ଦିନ ୨୦ ହଜାରରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ୨୨,୨୫୨ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି ତଥ୍ୟାନୁସାରେ, ଗତ ୨୪ ଘଣ୍ଟାରେ ୪୬୭ ଜଣ ପ୍ରାଣ ହରାଇଛନ୍ତି । ୧୫,୫୧୫ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୩୯୯୪୭ରେ ପହଁଚିଛି । ଏହାସହ ୨୫୯୫୫୭ଟି ସକ୍ରିୟ କେସ୍ ରହିଛି ।

Leave a Reply

Your email address will not be published. Required fields are marked *