ଧାରଣା ରେ ବସିଲେ ବିଜେପି ନେତା !

ନବରଙ୍ଗପୁର ( ୧୧/୧୧ ,ପିପିଏଲ୍ ନ୍ୟୁଜ୍ ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ଡାକ୍ତରଖାନାର ବିଭିନ୍ନ ସମସ୍ୟାକୁ ନେଇ ଉମରକୋଟ ମୁଖ୍ୟରାସ୍ତା କଡରେ ପ୍ରତୀକ ଗଣଧାରଣା ଦେଲା ଭାରତୀୟ ଜନତାପାର୍ଟି । ଧାରଣା ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଭାରତୀୟ ଜନତା ପାର୍ଟି ର ଦୀର୍ଘ ଦିନର ଉମରକୋଟ ମେଡିକାଲ ବିଭିନ୍ନ ସମସ୍ୟା ର ଦାବି କୁ ଉଭୟ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ଅଣଦେଖା କରୁଥିବାରୁ ଆଜି ବିଜେପି ଉମରକୋଟ ମୁଖ୍ୟ ରାସ୍ତା କଡରେ ପ୍ରତୀକ ଗଣଧାରଣା ଦେଲା । ବିଜେପି ର ମୁଖ୍ୟ ଦାବି ଥିଲା ଉମରକୋଟ ଡାକ୍ତରଖାନା କୁ ସବଡ଼ିଭିଜନ ହସ୍ପିଟାଲ ମାନ୍ୟତା ଶୀଘ୍ର କାର୍ଯ୍ୟକାରୀ କରାଯାଉ, ସମୟସୀମା ମଧ୍ୟରେ ଉମରକୋଟଠାରେ ରକ୍ତଭଣ୍ଡାର ସ୍ଥାପନ, ଖାଲି ପଡିଥିବା ଡାକ୍ତର ନିଯୁକ୍ତି କରାଯାଉ, ଉମରକୋଟ M. C. H ବିଲଡିଂ ନିର୍ମାଣ, ଡାକ୍ତରଖାନା ପାଇଁ ଜୀବନରକ୍ଷାକାରି ଯନ୍ତ୍ରପାତି ସଂଯୁକ୍ତ ଆମ୍ବୁଲାନ୍ସ, , କୋଭିଡ ୱାର୍ଡ ସ୍ଥାପନ, ଭେଣ୍ଟିଲେଟର ଓ କୋଭିଡ ଟେଷ୍ଟିଙ୍ଗ ଓ ରିପୋର୍ଟିଂ, ଡାକ୍ତରଖାନା ରେ ଜଳ ଯୋଗାଣ ଓ ଜେନେରେଟର ସୁବିଧା । ଏହି ସାତଗୋଟି ଦାବି ଦୀର୍ଘ ଦିନରୁ କରି ଆସୁଛି ବିଜେପି | ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିବା କଥା ଯେତେଦିନ ପର୍ଯ୍ୟନ୍ତ ଦାବିପୂରଣ ନହେବ ସେତେଦିନ ଯାଏଁ ଧାରଣା ରେ ବସିବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ନବରଙ୍ଗପୁର ସିଡିଏମଓ ଚୌଧୁରୀ ସନ୍ଧ୍ୟାରାଣୀ ମିଶ୍ର ଗଣଧାରଣ ସ୍ଥଳରେ ପହଁଞ୍ଚିଥିଲେ ।

ରିପୋର୍ଟ – ରାଜୁ ସରକାର

Leave a Reply

Your email address will not be published. Required fields are marked *