“ଧୋନି ଙ୍କ ଆଖି ରେ ଥିଲା ଲୁହ ! ” ଏମିତି କିଛି କହିଲେ ଅଶ୍ୱିନୀ !

ଭୁବନେଶ୍ୱର(୧୯/୦୮,ପିପି ଏଲ୍ ନ୍ୟୁଜ୍) : ଇଣ୍ଡିଆ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହଠାତ ଆନ୍ତର୍ଜାତିକ କ୍ରିକେଟ ରୁ ସନ୍ନ୍ୟାସ ନେବା ପରେ ସାରା କ୍ରିକେଟ ଜଗତ ରେ ଏକ ପ୍ରକାର ଦୁଃଖ ର ଛାୟା ଖେଳିଯାଇଛି।ଭାରତୀୟ ଟିମ୍ ର ସମସ୍ତ ଖେଳାଳୀ ଓ ମୁଖ୍ୟତଃ ଧୋନି ଙ୍କ ବନ୍ଧୁ ଖେଳାଳୀ ମାନେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ କାନ୍ଦି ପକାଇଛନ୍ତି ମଧ୍ୟ। ତେବେ ଏହି ସମୟ ରେ ଭାରତ ର ଅନ୍ୟତମ ଅଫ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନୀ ନିଜ ୟୁ ଟ୍ୟୁବ୍ ଚାନେଲ୍ ରେ ଧୋନି ଙ୍କ ସହ ଯୋଡ଼ି ରହିଥିବା କିଛି ଅବେଗପ୍ରବଣ ମୁହୂର୍ତ୍ତ କୁ କହିଛନ୍ତି। ସେ କହିଛନ୍ତି ଯେ, ‘୨୦୧୪ ମସିହା ରେ ଅଷ୍ଟ୍ରେଲିଆ ସହ ଟେଷ୍ଟ ମ୍ୟାଚ ପରେ ଧୋନି ଟେଷ୍ଟ କ୍ରିକେଟ ରୁ ଅବସର ନେଇଥିଲେ ଓ ରାତି ସାରା ସେ ଟେଷ୍ଟ ଜର୍ସି ଟିକୁ ପିନ୍ଧି ରହିଥିଲେ ଏବଂ ତାଙ୍କ ଆଖି ରୁ ଝରୁ ଥିଲା ଲୁହ।’ ଆହୁରି କହିଛନ୍ତି , ମେଲ୍ବର୍ଣ୍ଣ ରେ ଅଷ୍ଟ୍ରେଲିଆ ବିପକ୍ଷ ରେ ଖେଳାଯାଇଥିବା ଧୋନି ଙ୍କ ସେହି ଶେଷ ମ୍ୟାଚ ରେ ଧୋନି ଓ ଅଶ୍ୱିନୀ ବ୍ୟାଟିଂ କରୁଥିଲେ ଓ ମ୍ୟାଚ ଟି ଡ୍ର ହୋଇଯାଇଥିଲା ଏବଂ ଧୋନି ସ୍ଟମ୍ପ ବାହାର କରି ବାହାର କୁ ଚାଲି ଆସିଥିଲେ। ଏହା ଏକ ସ୍ମୃତି ବୋଲି କହିଛନ୍ତି ଅଶ୍ୱିନୀ। ସେହି ଦିନ ରାତି ରେ ସୁରେଶ ରୈନା ଓ ଅଶ୍ୱିନୀ ଧୋନି ଙ୍କ ଶୋଇବା କକ୍ଷ ରେ ଥିଲେ ଓ ଧୋନି ରାତି ସାରା ଜର୍ସି ଟିକୁ ପିନ୍ଧି ରହିବା ସହ କାନ୍ଦି ଥିଲେ ବୋଲି କହିଛନ୍ତି ରବିଚନ୍ଦ୍ରନ୍ ଅଶ୍ୱିନୀ। ଏହା ସହ ସେ ତାଙ୍କ ର ଧୋନି ଙ୍କ ସହ ପ୍ରଥମ ଭେଟ କୁ ମଧ୍ୟ ବଖାଣିଛନ୍ତି ।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *