ନକ୍ସଲ କବଳରୁ ମୁକୁଳିଲେ ଅପହୃତ ଯବାନ !

ଭୁବନେଶ୍ୱର (୦୮/ ୦୪,ପିପିଏଲ ନ୍ୟୁଜ) : ନକ୍ସଲଙ୍କ କବଳରୁ କମାଣ୍ଡୋଙ୍କୁ ମୁକ୍ତ ମିଳିଛି। କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମନହାସ ମୁକ୍ତ ହୋଇଛି। ଅପରାହ୍ନରୁ ତାଙ୍କୁ ଛାଡି ଦେଇଥିବାର ସୂଚନା ମିଳିଛି। ଅପହରଣର ୬ ଦିନ ପରେ ନକ୍ସଲ ତାଙ୍କୁ ଛାଡି ଦେଇଛନ୍ତି। ଏ ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ରାକେଶ୍ବର ସିଂଙ୍କ ପତ୍ନୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଆମ ପାଇଁ ଏହା କଠିନ ସମୟ ଥିଲା। ଆମେ ଏବେ ଖୁସି ଅନୁଭବ କରୁଛୁ। ରାକେଶ୍ବରଙ୍କ ମା’କହିଛନ୍ତି ଆମେ ଭଗବାନଙ୍କ ନିକଟରେ କୃତଜ୍ଞ। ମାଓ କବଳରୁ ପୁଅ ମୁକୁଳିଛି, ଏହା ଆମ ପାଇଁ ବଡ଼ କଥା। ତେବେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗତ ଶନିବାର ହୋଇଥିବା ଏହି ଗୁଳିବିନିମୟରେ ୪ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା କହିବା ସହ ଜଣେ ଗ୍ରାମବାସୀଙ୍କୁ ନକ୍ସଲ କହି ହତ୍ୟା କରିଥିବା କହିଥିଲେ। ନକ୍ସଲଙ୍କ ତରଫରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଏହା କୁହାଯାଇଛି। ରାକେଶ୍ବର ସିଂ ମନହାସଙ୍କୁ ନକ୍ସଲ ଅପହରଣ କରି ନେଇଥିବା ସ୍ପଷ୍ଟୀକରଣ ଦେଇଥିଲେ। ନକ୍ସଲ ସଂଗଠନ ସ୍ଥାନୀୟ ସାମ୍ବାଦିକଙ୍କୁ ଫୋନ ଯୋଗେ ଏହା ଜଣାଇଥିଲେ। ରାକେଶ୍ବରଙ୍କୁ ମୁକ୍ତି ଦେବା ପାଇଁ ବିଭିନ୍ନ ମହଲରେ ନିବେଦନ କରାଯାଉଛି। ଛତିଶଗଡର ଜେଲ ବନ୍ଦୀ ମୁକ୍ତ ସମିତି ପକ୍ଷରୁ ନକ୍ସଲଙ୍କୁ ସାକ୍ଷାତ କରି ସିଆରପିଏଫ ଯବାନ ରାକେଶ୍ବର ସିଂଙ୍କୁ ଛାଡି ଦେବା ପାଇଁ ଅନୁରୋଧ କରାଯିବ ବୋଲି ସମିତି ପକ୍ଷରୁ କୁହାଯାଇଥିଲା।

ରିପୋର୍ଟ -ରାଜେଶ୍ଵରୀ

Leave a Reply

Your email address will not be published. Required fields are marked *