ନଦୀ ରେ ବୁଡି ପୁଅ ନିଖୋଜ…

ଭୁବନେଶ୍ୱର (୨୫/୦୬,ପିପିଏଲ୍ ନ୍ୟୁଜ୍) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚାନ୍ଦେଲ ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା । ନଦୀରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଛି ପୁଅ।ଡ଼ଳେସ ତାର ୨ ଜଣ ସାଙ୍ଗ ଙ୍କ ସହ ସକାଳ ପ୍ରାୟ ସାଢେ ଆଠଟା ରେ ଗାଁ ର ସୁନ୍ଦର ନଦୀ କୁ ଗାଧୋଇବାପାଇଁ ଯାଇଥିଲା ଓ ଦୁଃଖ ର ବିଷୟ ହେଲା ସେଠାରେ ସେ ନିଖୋଜ ହୋଇଯାଇଥିଲା। ତିନିଜଣ ଗାଧୋଉଥିବା ବେଳେ ଡଳେସ ଦଣ୍ଡସେନା ଙ୍କ ଗୋଡ଼ ଖସିଯାଇଥିବା ଦୁଇଜଣ ସାଙ୍ଗ ପ୍ରକାଶ କରିଛନ୍ତି । ଡଲେସ ଦଣ୍ଡସେନା ଙ୍କ ବୟସ 12 ବର୍ଷ ଓ ପିତା କୀର୍ତନ ଦଣ୍ଡସେନା(୩୧)ଏବଂ ମା ହରିପ୍ରିୟା ଦଣ୍ଡସେନା ବୋଲି ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଛାନଭିନ କରୁଛନ୍ତି।
ରିପୋର୍ଟ-ଵାପିନା ସାହୁ (ଖଡ଼ିଆଳ )

Leave a Reply

Your email address will not be published. Required fields are marked *