ନନ୍ଦିଗ୍ରାମ ଆସନରୁ ହାରିଲେ ମମତା ବାନାର୍ଜୀ

କୋଲକାତା ( ୦୨/୦୫,ପିପିଏଲ୍ ନ୍ୟୁଜ୍ ) : ନନ୍ଦିଗ୍ରାମ ଆସନରୁ ହାରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଙ୍କ ଠାରୁ ୧୬୨୨ ଟି ବିଭୋଟ ରେ ପରାସ୍ତ ହୋଇଛନ୍ତି ମମତା । ଗଣତି ଆରମ୍ଭରୁ ଶୁଭେନ୍ଦୁ ଆଗୁଆ ଥିଲେ । କିନ୍ତୁ ଧିରେ ଧିରେ ସେ ପଛରେ ପଡିଥିଲେ । ତେବେ ଶୁଭେନ୍ଦୁ ଓ ଦିଦିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କଡା ଥିଲା । ମୁଳରୁ ହିଁ ଜଣା ପଡୁଥିଲା ନନ୍ଦିଗ୍ରାମରେ କିଛି ମଧ୍ୟ ହୋଇପାରେ।
ଆରମ୍ଭରୁ ନନ୍ଦିଗ୍ରାମ ସିଟ୍ ହାଇ ପ୍ରୋପାଇଲ ହୋଇ ରହି ଆସିଛି । ଏହି ଆସନ ଆଗରୁ ବାମ ମୋର୍ଚ୍ଚାର ଗଡ ଥିଲା । କିନ୍ତୁ ନନ୍ଦିଗ୍ରାମ ଆନ୍ଦୋଳନ ପରଠାରୁ ଏହା ତୃଣମୂଳ କଂଗ୍ରେସ କବଜାକୁ ଆସିଥିଲା । ନନ୍ଦିଗ୍ରାମରେ ରାଜନୈତିକ ପ୍ରଭାବ ରଖୁଥିବା ଅଧିକାରୀ ପରିବାର ଏଠାରେ ମମତାଙ୍କ ନିକଟତର ଥିଲା । କିନ୍ତୁ ରାଜନୈତିକ ମତଭେଦ କାରଣରୁ ଶୁଭେନ୍ଦୁ ଟିଏମସି ଛାଡି ଦେଇଥିଲେ । ନିର୍ବାଚନର କେଇଦିନ ଆଗରୁ ସେ ବିଜେପିରେ ଯୋଗ ଦେଇଥିଲେ ।
ନନ୍ଦିଗ୍ରାମରେ ୮୮ ପ୍ରତିଶତ ଭୋଟ୍ ହୋଇଥିଲା । ଶୁଭେନ୍ଦୁ ଓ ତାଙ୍କ ପରିବାରର ନନ୍ଦିଗ୍ରାମ ଉପରେ ପ୍ରଭାବ ଥିବାରୁ ମମତାଙ୍କ ପାଇଁ ନନ୍ଦିଗ୍ରାମ ଲିଟମସ୍ ଟେଷ୍ଟ୍ ହେବ ବୋଲି କୁହାଯାଉଥିଲା । ଯାହା ହୋଇଥିଲା ମଧ୍ୟ । କାରଣ ନନ୍ଦିଗ୍ରାମରେ ମମତାଙ୍କୁ କଡା ଟକ୍କର ମିଳିଥିଲା । ଶେଷରେ ପଶ୍ଚିମବଙ୍ଗ ରେ ଅଦ୍ଭୂତପୂର୍ବ ସଫଳତା ପାଇଥିବା ଦିଦି କିନ୍ତୁ ନିଜ ଆସନରୁ ହାରିଯାଇଛନ୍ତି ।

ରିପୋର୍ଟ – ଶୁଭ୍ରଜ୍ୟୋତି

Leave a Reply

Your email address will not be published. Required fields are marked *