ନିଆଁରେ ଘରପୋଡି ପାଉଁଶ…

ନୂଆପଡ଼ା(୧୩/୧୨,ପିପିଏଲ୍ ନ୍ୟୁଜ୍) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ସରଗିମୁଣ୍ଡା ଗାଁ ର ଶ୍ୟାମ ସୁନ୍ଦର ମାଝି ଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ସଂପତି ନଷ୍ଟ ହୋଇଯାଇଛି। ନିଆଁ ଲାଗିବାର କାରଣ ଏଯାଏ ଜଣାପଡିନାହିଁ ,ଜମି କୁ ଧାନ କାଟିବା ପାଇଁ ସପରିବାର ଯାଇଥିବା ବେଳେ କୌଣସି ଦୃବୁର୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ନିଆଁ ଲାଗିବା ଦ୍ବାରା ଶ୍ୟାମ ସୁନ୍ଦର ମାଝୀ ଙ୍କ ସାଇକେଲ ଠାରୁ ନେଇ ଅସବା ପତ୍ର ଡ଼ାଲି ଚାଉଳ ଧାନ ପୋଡି ଲକ୍ଷାଧିକ ଟଙ୍କା ର ସଂପତ୍ତି ନଷ୍ଟ ହୋଇଥିବା କୁହାଯାଉଛି ,ବୋଡ଼େନ ବିଜେଡି ଯୁବ ସଭାପତି ଦିଗପାଲ ନାଗ ପିଡିତ ପରିବାର କୁ ଆର୍ଥକ ସହାୟତା ପ୍ରଦାନ କରିଛନ୍ତି ।
ରିପୋର୍ଟ -ଶାମ୍ବ କୁମାର ସରାଫ

Leave a Reply

Your email address will not be published. Required fields are marked *