ନିଆଳି ରେ ବଢୁଛି ଦେବୀ ନଦୀ ର ଜଳ ସ୍ତର,ଆତଙ୍କ ରେ ନଦୀକୂଳିଆ ଲୋକେ

ଭୁବନେଶ୍ୱର(୨୧/୦୮,ପିପିଏଲ୍ ନ୍ୟୁଜ୍) : ଦେବୀ ନଦୀ ରେ ହଜି ଯିବ କି କଂଟିଶାଳ ଗାଁ। ଦେବୀ ନଦୀ କୂଳରେ ଥିବା କଂଟିଶାଳ ଗ୍ରାମବାସୀଙ୍କୁ ଏବେ ଘାରିଲାଣି ଏହି ଭଳି ପ୍ରଶ୍ନ । ହୀରାକୁଦର ପ୍ରଥମ ବନ୍ୟା ଜଳ ଆସିବା ପରେ ଫୁଲୁଛି ମହାନଦୀ । ତାହା ସହିତ ଫୁଲିଛି ତାର ଶାଖା ନଦୀ ଦେବୀ ନଦୀ । ଏବେ ନଦୀ ଫୁଲୁଥିବାରୁ ଦେବୀ ନଦୀ କୁଳିଆ ଲୋକଙ୍କ ମନରେ ଛନକା ପଶିଲାଣି । କଟକ ଜିଲ୍ଲାର ନିଆଳି ବ୍ଲକ ସଡାଶଂ ପଂଚାୟତର କଂଟିଶାଳ ଗାଁ ଲୋକେ ନଈ ବଢିବା ଯୋଗୁ ଅଧିକ ଆତଙ୍କରେ ରହିଛନ୍ତି । ଦେବୀ ନଦୀ କୂଳରେ ରହିଥିବା କଂଟିଶାଳ, ପାଟେଳି, ଗୁଣ୍ଡର ଆଦି ୫ ଖଣ୍ଡ ଗାଁ ନିକଟରେ କ୍ଷୟ ହେଉଛି ନଦୀ ବନ୍ଧ । ପ୍ରତିବର୍ଷ ଦେବୀ ନଦୀର ବନ୍ଧରେ ପଥର ପ୍ୟାକିଙ୍ଗ, ସ୍ଫର ନିର୍ମାଣ ହେଉଛି।
କାମ ନିମ୍ନ ମାନର ହେଉଥିବାରୁ ପ୍ରତିବର୍ଷ ନଦୀ ବଢି ଆସିଲେ କୂଳ ଖାଇ ଯାଉଛି । ଏପରି ସ୍ଥିତିରେ ତିହୁଡି ପଂଚାୟତ ପାରିମାଳରୁ କଂଟିଶାଳ ଦେଇ ଗୁଣ୍ଡର ଯାଏଁ ଲଂବିଛି ପଥର ପ୍ୟାକିଂ । ନିମ୍ନ ମାନର ମରାମତି ହୋଇଥିବାରୁ ଏହା ଅନେକ ସ୍ଥାନରେ ଧସି ଗଲାଣି ନଦୀ ବନ୍ଧ । ନଦୀ ବଢୁଥିବାରୁ ଆଗକୁ ଦୁର୍ବଳ ନଦୀ ବନ୍ଧ ସ୍ଥାନରେ ଘାଇ ସୃଷ୍ଟି ହେଲେ କଂଟିଶାଳ ପରି ୫ ଖଣ୍ଡ ଗାଁ ହଜି ଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସାଧାରଣ ଲୋକେ ତିନି ଥର ବିସ୍ଥାପିତ ହୋଇସାରିଲେଣି । ବର୍ତମାନ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ପଶି ସାରିଲାଣି । ହୀରାକୁଦ ଗେଟ୍ ଖୋଲୁଥିବା ବେଳେ ଆଗକୁ ଆସୁଛି ଆଉ ଏକ ଲଘୁଚାପ । ଏହାକୁ ନେଇ ନଦୀର ଜଳପତନ ଆହୁରି ବଢିବା ଆଶଙ୍କା ଥିବାରୁ ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *