ନିଖିଳ ଓଡିଶା ସମବାୟ ସମିତି କର୍ମଚାରୀ ମହାସଂଘ ତରଫରୁ ନୂତନ ସମବାୟ ନିବନ୍ଧକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ।

ଭୂବନେଶ୍ୱର(୦୪/୦୮,ପିପିଏଲ୍ ନ୍ୟୁଜ୍) : ନିଖିଳ ଓଡିଶା ସମବାୟ ସମିତି କର୍ମଚାରୀ ମହାସଂଘ ର ସ୍ଥାୟୀ ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ଶ୍ରୀ ନିରଞ୍ଜନ ସାହୁ ଙ୍କ ନେତୃତ୍ବ ରେ ,ମହାସଂଘ ର ଉପସଭାପତି ଶ୍ରୀ ଅରୁଣ ଉଦୟ ପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ରାଧା ମୋହନ ସାମଲ, କୋଷାଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ସେନାପତି, କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ ବୃନ୍ଦାବନ ଭୋଳ ଓ ସରୋଜ କୁମାର ଲେଙ୍କା ପ୍ରମୁଖ ନୂତନ ସମବାୟ ନିବନ୍ଧକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବାରିକଙ୍କୁ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସମବାୟ ସମିତିରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କ ବହୁବିଧ ସମସ୍ୟା ମଧ୍ୟରୁ ଦାର୍ଘଦିନ ଧରି ଏ.ଆର.ସି.ଏସ୍ କଟକ ସର୍କଲ ଅଧିନସ୍ଥ ଦଧିବାମନପୁର ସେବା ସମବାୟ ସମିତିର ସହ- ସମ୍ପାଦକ
ଶ୍ରୀ ପ୍ରଶାନ୍ତ କୁମାର ସେନାପତିଙ୍କୁ ଆକ୍ରୋଶ ମୂଳକ ମନୋଭାବ ନେଇ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ ବର୍ଷକାଳ ଦରମା ନ ଦେବା , ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ନିବନ୍ଧକ ସମବାୟ ସମିତି ସମୁହ ଗତ ତା ୨୬.୦୬.୨୦୨୦ରିଖ ରେ ଦେଇଥିବା ଆଦେଶକୁ ବାଲେଶ୍ଵର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ମୂଖ୍ୟ କାର୍ଯ୍ୟ ନାର୍ବାହୀ ଓ ଉପ ନିବନ୍ଧକ ସମବାୟ ସମିତି ସମୂହ ବାଲେଶ୍ଵର ନିବନ୍ଧକ ଧାର୍ଯ୍ୟ କରୁଥିବା ସମୟ ସୀମା ଅତିକ୍ରାନ୍ତ ହୋଇ ଯାଇଥିଲେ ହେଁ କାର୍ଯ୍ୟକାରୀ ନ କରିବା ଇତ୍ୟାଦି ବିଷୟରେ ସମ୍ୟକ ଆଲୋଚନା ହୋଇଥିଲା। ନିବନ୍ଧକ ମହାଶୟ ଦୀର୍ଘଦିନରୁ ଦେଖା ଦେଇଥିବା ସମସ୍ୟା ଉପରେ ବିଶଦ ଆଲୋଚନା କରିବା ପାଇଁ ମହାସଂଘର କର୍ମକର୍ତ୍ତାମାନଙ୍କୁ ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *