ନିଜକୁ ସାମ୍ବାଦିକ ପରିଚୟ ଦେଇ ଯୁବକ କଲେ ଏମିତି କିଛି କାମ ! ପୁରା ପଢନ୍ତୁ

ବାଲିଆପାଳ ( ୨୭/୦୬ , ପିପିଏଲ ନ୍ୟୁଜ ) : ସାମ୍ବାଦିକତା ଆଳରେ ଚାଳିଛି ଲୁଟପାଟ। କୋଭିଡ କଟକଣା ବେଳେ ନିଜକୁ ସାମ୍ବାଦିକ ପରିଚୟ ଦେଇ ସନ୍ଧ୍ୟା ବେଳେ ଲୋକଙ୍କ ଘରେ ପଶି ଲୁଟପାଟ ଭଳି ସଙ୍ଗିନ ଅଭିଯୋଗ ହୋଇଛି ବାଲିଆପାଳ ଥାନାରେ। ଅଭିଯୋଗ ଅନୁଯାୟୀ, ଏକ ଘରୋଇ ( ଏମ.ଏଚ) ୱେବ ଚ୍ୟାନେଲ ର ସାମ୍ବାଦିକ ନିଜର ଚାରିଜଣ ସହଯୋଗୀ ଙ୍କ ସହିତ ଏକ କାର ଯୋଗେ ବାଲିଆପାଳ ଥାନା କଙ୍କଡାପାଳ ଗ୍ରାମର ନୃସିଂହ ଚରଣ ଦାସ ଙ୍କ ଘରେ ପଶି ଛାନଭିନ କରିବା ଆଳରେ ତାଙ୍କ ଘରର ଜିନିଷ ସବୁକୁ ଫିଙ୍ଗାଫିଙ୍ଗି କରିଥିଲେ। ତେବେ ସେତେବେଳେ ଘରର ମାଲିକ ନୃସିଂହ ଘରେ ନଥିଲେ। ଖବର ପାଇ ତାଙ୍କ ଭାଇ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବାଲିଆପାଳ ପୋଲିସ କୁ ଖବର ଦେଇଥିଲେ। ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୧୦୦୦ ରୁ ଉର୍ଦ୍ଧ ଟଙ୍କା,ହୁଣ୍ଡାଇ କାର,୭ ଟି ମୋବାଇଲ ଫୋନ ସହିତ, ମୁଖ୍ୟ ଅଭିଯୁକ୍ତ ତପନ ମାଝୀ ଓ ପାଞ୍ଚ ସହଯୋଗୀ ଙ୍କୁ ଗିରଫ କରି ୧୩୩/୨୦ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଏ ଘଟଣା ରେ ସମ୍ପୃକ୍ତ ଚ୍ୟାନେଲ ର ମୁଖ୍ୟ ଏକ ଭିଡିଓ ଜାରି କରି କହିଛନ୍ତି ଉପଯୁକ୍ତ ତଦନ୍ତ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ରିପୋର୍ଟ – ଦୀନବନ୍ଧୁ ଜେନା

Leave a Reply

Your email address will not be published. Required fields are marked *