ନିଜ ରିଲେସନ୍‌ସିପ୍‌କୁ ନେଇ ମୁହଁ ଖୋଲିଲେ କିଆରା ଆଡଭାନୀ

ନୂଆଦିଲ୍ଲୀ (୧୮/୦୩, ପିପିଏଲ୍ ନ୍ୟୁଜ୍): ମନୋରଞ୍ଜନ ଦୁନିଆଁର ପରଦା ପଛରେ ଚାଲିଥିବା ପ୍ରେମ କାହାଣୀ ବିଷୟରେ ଜାଣିବା ପାଇଁ , ସବୁ ଦର୍ଶକ ଇଚ୍ଛୁକ ଥାଆନ୍ତି।ତେବେ ନିକଟରେ ଅଭିନେତ୍ରୀ କିଆରା ଆଡଭାନୀ ନିଜ ସମ୍ପର୍କ ବିଷୟରେ ମୁହଁ ଖୋଲିଛନ୍ତି । ସେ ତାଙ୍କ ରିଲେସନସିପକୁ ନେଇ ଖୁଲାସା କରିଛନ୍ତି । କିନ୍ତୁ ଖୋଲାଖୋଲି ଭାବେ ଅଭିନେତାଙ୍କ ନାଁ ନେଇ ନାହାଁନ୍ତି ।ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି କିଆରା ଆଡଭାନୀ । ଅନେକ୍ ସମୟରେ ସେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସମୟ କାଟୁଥିବା ଦେଖିବାକୁ ମିଳେ । ହେଲେ ଦୁହେଁ ଦୁହିଁଙ୍କ ସମ୍ପର୍କକୁ ନେଇ କେବେ ଖୁଲାସା କରି ନାହାଁନ୍ତି । କିନ୍ତୁ ଦୁହେଁ ଅନେକ୍ ଥର ଭେକେସନରେ ଏବଂ ଡିନର ଡେଟ୍‌ରେ ସାଥିରେ ନଜର ଆସନ୍ତି ।ଏକ ଇଣ୍ଟରଭ୍ୟୁରେ କିଆରା ଅଭିନେତାଙ୍କ ନାଁ ନେଇ ନାହାଁନ୍ତି , କିନ୍ତୁ ତାଙ୍କ କଥାରୁ ଅନ୍ଦାଜା ଲଗାଯାଇପାରେ କି, ସେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ କଥା କହୁଛନ୍ତି । ଚଳିତ ବର୍ଷ କିଆରା, ସିଦ୍ଧାର୍ଥଙ୍କ ସହିତ ମାଳଦୀପ୍ ଭେକେସନ୍‌ରେ ଯାଇଥିଲେ । ସେଠାରେ ସେ ତାଙ୍କ ପିତା-ମାତାଙ୍କୁ ମଧ୍ୟ ଭେଟିଥିବା ଦେଖିବାକୁ ମିଳିଥିଲା । ହେଲେ ଏହି ମାମଲାରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ତରଫରୁ କୌଣସି ଜବାବ୍ ସାମ୍ନାକୁ ଆସିନାହିଁ ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *