ନିର୍ବାଚନରେ ବିଜୟୀ ପ୍ରାର୍ଥୀ କରିପାରିବେ ନାହିଁ ଶୋଭାଯାତ୍ରା: ନିର୍ବାଚନ କମିଶନ

କୋଲକାତା(୨୭/୦୪,ପିପିଏଲ୍ ନ୍ୟୁଜ୍ ) : ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦେଶରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ୨ ମେରେ ଘୋଷଣା ହେବ । ତେବେ ନିର୍ବାଚନରେ ବିଜୟୀ ପ୍ରାର୍ଥୀ କୌଣସି ଶୋଭାଯାତ୍ରା କରିପାରିବେ ନାହିଁ । ରବିବାର ଆସିବ ୫ ରାଜ୍ୟର ବିଧାନସଭା ନିର୍ବାଚନର ରେଜଲ୍ଟ ।ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ୪ଟି ରାଜ୍ୟରେ ଭୋଟ ଗ୍ରହଣ ଶେଷ ହୋଇଥିବାବେଳେ ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ ହେବାକୁ ଅଛି । ଏଭଳି ସ୍ଥିତିରେ ନିର୍ବାନ କମିଶନଙ୍କ ନିଷ୍ପତ୍ତି ଗୁରୁତ୍ବପୂର୍ଣ୍ଣ । କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏଭଳି ସ୍ଥିତିରେ ସତର୍କ ରହିବା ନିହାତି ଆବଶ୍ୟକ ହୋଇପଡ଼ୁଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *