ନିର୍ବାଚନ ଜିତିଲେ ଦିନମଜୁରିଆ ଙ୍କ ସ୍ତ୍ରୀ ଚନ୍ଦନା !

କୋଲକାତା (୦୨/୦୫,ପିପିଏଲ୍ ନ୍ୟୁଜ୍ ) : ବାଙ୍କୁରା ଜିଲ୍ଲାର ସାଲତୋରା ବିଧାନସଭା ଆସନରେ ବିଜେପି ଜଣେ ଗରିବ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲା। ସାଲତୋରାର ବିଜେପି ପ୍ରାର୍ଥୀନୀ ଚନ୍ଦନା ବାଉରୀ ଯିଏକି ଜଣେ ଦିନମଜୁରିଆଙ୍କ ସ୍ତ୍ରୀ ତାଙ୍କର ନିକଟତମ ପ୍ରତିନିଧି ତୃଣମୂଳ କଂଗ୍ରେସ ର ସନ୍ତୋଷ କୁମାର ମଣ୍ଡଳ ଙ୍କୁ ପରାସ୍ତ କରିଛନ୍ତି । ବାଉରୀଙ୍କର ବଖରାଏ ଚାଳ ଘର ପାଇଖାନା କିମ୍ବା ସପ୍ଲାଇ ପାଣି ନାହିଁ, ନଗଦ ଏବଂ ବ୍ୟାଙ୍କ ଜମା ୩୧,୯୮୫ ଥିବା ରିପୋର୍ଟରୁ ଜଣାପଡ଼ିଛି। ବାରୁଇଙ୍କ ସ୍ୱାମୀ ଶ୍ରାବଣ ଜଣେ ମିସ୍ତ୍ରୀ। ତାଙ୍କର ଦିନକୁ ଆୟ ୪୦୦ ଟଙ୍କା।ରିପୋର୍ଟରୁ ଜଣାପଡ଼ିଛି, ବାଉରୀଙ୍କ ଘରେ ଟଏଲେଟ୍‌ ନଥିବାରୁ ‌ସେମାନେ ଖୋଲା ଆକାଶ ତଳେ ନିକଟସ୍ଥ ପଡ଼ିଆକୁ ଯାଇ ନିତ୍ୟକର୍ମ କରନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତବର୍ଷ ତାଙ୍କୁ ୬୦ ହଜାର ଟଙ୍କା ମିଳିଥିଲା। ସେଥିରେ ସେ ପକ୍କା ଘର ତିଆରି କରିଛନ୍ତି।

ରିପୋର୍ଟ – ଶୁଭ୍ରଜ୍ୟୋତି

Leave a Reply

Your email address will not be published. Required fields are marked *